www.samajalive.in
Friday, December 5, 2025
23.1 C
Bhubaneswar

ଅଜଣା ଗାଡି ଧକ୍କାରେ ୪ମୃତ 

କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥ ର ବାଇସିଙ୍ଗା ପଞ୍ଚାୟତର ମାଳପୁରା ଠାରେ ଘଟିଛି  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଛି। ଆନନ୍ଦପୁର ଅଞ୍ଚଳ ର ଭାବଗ୍ରାହୀ କାରୁଆ ତାଙ୍କ ପତ୍ନୀ ଜାନକୀ ଝିଆରୀ ନାଣ୍ଡି, ଝିଅ ଗୀତାଞ୍ଜଳୀକୁ ଏକ ବାଇକ ଯୋଗେ କାମାକ୍ଷାନଗର ଆସୁଥିଲେ। ମାଳପୂରା ନିକଟସ୍ଥ ଜାତୀୟ ରାଜପଥ ଓଭରବ୍ରିଜରେ ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା । ଟ୍ରକ ଟି ଏଭଳି ଧକ୍କା ଦେଇଥିଲା ଯେ ବାଇକ କୁ ଖଣ୍ଡେ ଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା । ଫଳରେ ଘଟଣା ସ୍ଥଳରେ ଭାବଗ୍ରାହୀଙ୍କ ସମେତ ଝିଆରି  ନାଣ୍ଡି ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଜାନକୀ ଙ୍କୁ ଗୁରୁତର ଅବସ୍ଥା ରେ ପ୍ରଥମେ କାମାକ୍ଷାନଗର  ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଜାନକୀ ଙ୍କ ମୃତ୍ୟୁ ହୋଇଥିଲା ।
ଖବର ପାଇ ପରିବାର ଲୋକ କାମାକ୍ଷାନଗର ମେଡିକାଲରେ ପହଞ୍ଚିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଵା ପରେ ମୃତଦେହକୁ ଜବତ କରି ବ୍ୟବଛେଦର ବ୍ୟବସ୍ଥା କରି ତଦନ୍ତ ଆରମ୍ଭ କରିଛି l ଦୂର୍ଘଟଣା ଘଟାଇ ଥିବା ଟ୍ରକର କୈାଣସି ସନ୍ଧାନ ମିଳିପାରି ନାହିଁ।ଦୃତଗତିରେ ଟ୍ରକଟି ଆସୁଥିବାରୁ ଦୂର୍ଘଟଣା ଘଟିଥିବା ଜଣାପଡିଛି।ଦୂର୍ଘଟଣା ପରେ ସ୍ଥାନିୟ ଅଞ୍ଚଳରେ ବହୁ ଜନସମାବେଶ ଘଟିଥିବା ବେଳେ  ଏକ ଶୋକାକୁଳ ପରିସ୍ଥିତ ସୃଷ୍ଟି ହୋଇଥିଲା । ଗୋଟିଏ ପରିବାରର ୩ ଜଣଙ୍କ ଜିବନ ଦିପ ଲିଭିଯାଇଛି। ହସଖୁସିରେ ପରିବାର ସମସ୍ତେ କାମାକ୍ଷାନଗର ଆସୁଥିବା ବେଳେ ଅଧାବାଟରେ ଏଭଳି ଏକ ମର୍ମନ୍ତୁତ ସଡକ ଦୂର୍ଘଟଣା ଘଟିଛି।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories