ଚୁଟିଆପଶିର ବିବାଦୀୟ ଜମିରେ ୧୪୪ ଧାରା ଜାରି କଲା ପ୍ରଶାସନ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଚୁଟିଆପଶି ଗ୍ରାମରେ  ଜମି ବିବାଦକୁ ନେଇ ଗ୍ରାମର ନିର୍ଦ୍ଦିଷ୍ଟ ପ୍ଲଟ ଉପରେ ପ୍ରଶାସନ ପକ୍ଷରୁ ୧୪୪ଧରା କରାଯାଇଛି ।

ସୂଚନା ଅନୁସାରେ ଏକ ସରକାରୀ ଜମିକୁ ନେଇ ଗ୍ରାମର କୁମ୍ଭାର ସମାଜ ଓ ଗୋପାଳ ସମାଜ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି । ଉକ୍ତ ଜମିରେ କୁମ୍ଭାର ସମାଜ ପକ୍ଷରୁ ପାଲାମଣ୍ଡପ ନିର୍ମାଣ ଓ ଗୋପାଳ ସମାଜ ପକ୍ଷରୁ ଶହୀଦଙ୍କ ଷ୍ଟାଚ୍ୟୁ ନିର୍ମାଣ ପାଇଁ  ଦାବି ହୋଇଆସୁଛି । ମାଜିଷ୍ଟ୍ରେଟ ଭାବେ ସାହାରପଡ଼ା ତହସିଲର ଅତିରିକ୍ତ ତହସିଲଦାର ସାହେବ ରାମ ବାସ୍କେ, ପାଟଣା ଥାନାଧିକାରୀ ପୁଷ୍ପାଞ୍ଜଳି ସାମନ୍ତରାୟ,ଏସ ଆଇ ବୈଲୋଚନ ସିଂ, ଏଏସ ଆଇ ଅଶୋକ କୁମାର ନାଏକ, ସୁଧାଂଶୁ ଶେଖର ଜେନା ଓ ୧ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ୧୪୪ଧାରା ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ ସୁଙ୍କିଘାଟିରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଗ୍ରାମର ଯୁବ ପୋଲିସ ସଞ୍ଜୟ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଗୋପାଳ ସମାଜ ଯେଉଁ ଜାଗାଟିକୁ ସ୍ଥିର କରିଥିଲା । ସେହି ସରକାରୀ ଜାଗାରେ ଗ୍ରାମର କୁମ୍ଭାର ସମାଜ କୁରାଳପଞ୍ଚମୀ ପୂଜା ମଣ୍ଡପ ନିର୍ମାଣ ଆରମ୍ଭ କରିବା ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ଉଗ୍ରରୂପ ନେବାରୁ ପ୍ରଶାସନ ଏପରି ପଦକ୍ଷେପ ଗ୍ରହଣ କରିଛି ।

Comments are closed.