www.samajalive.in
Monday, December 15, 2025
24.1 C
Bhubaneswar

ଆଜି ସିଏମଏସ-୩ ଉପଗ୍ରହର ଉତ୍‌କ୍ଷେପଣ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଆଜି ଏଲଭିଏମ-୩ (ବାହୁବଳୀ) ରକେଟ ଜରିଆରେ ସିଏମଏସ-୩ ଉପଗ୍ରହ ମହାକାଶକୁ ପ୍ରକ୍ଷେପଣ କରାଯିବ। ଆଜି ସନ୍ଧ୍ୟା ୫ଟା ୨୬ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉପଗ୍ରହକୁ ନେଇ ଏହି ରକେଟ ମହାକାଶକୁ ଯାତ୍ରା କରିବ। ସିଏମଏସ-୩ ଉପଗ୍ରହର ଓଜନ ୪୪ କ୍ବିଣ୍ଟାଲ ହୋଇଥିବାବେଳେ ଏହା ଭାରତୀୟ ନୌସେନା ପାଇଁ ଉଦ୍ଦିଷ୍ଟ। ଇସ୍ରୋ ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରକ୍ଷେପିତ ଉପଗ୍ରହ ମଧ୍ୟରେ ଏହା ସବୁଠାରୁ ଓଜନିଆ ବୋଲି ଜଣାପଡିଛି।

ଏହି ଉପଗ୍ରହ କାର୍ଯ୍ୟକ୍ଷମ ହେବାପରେ ନୌସେନା ପୂର୍ବରୁ ବ୍ୟବହାର କରୁଥିବା ଜିସାଟ୍‌-୭ (ରୁକ୍ମିଣୀ) ଉପଗ୍ରହକୁ ସେବାନିବୃତ୍ତ କରାଯିବ ବୋଲି କୁହାଯାଇଛି। ଇତିପୂର୍ବରୁ ୨୦୨୩ରେ ବାହୁବଳୀ ରକେଟ ‘ଚନ୍ଦ୍ରଯାନ-୩’କୁ ନେଇ ମହାକାଶକୁ ଯାତ୍ରା କରିଥିଲା। ଏ ପର୍ଯ୍ୟନ୍ତ ଇସ୍ରୋ ପକ୍ଷରୁ ସାତଥର ବାହୁବଳୀ ରକେଟ ବ୍ୟବହୃତ ହୋଇସାରିଥିବାବେଳେ ସବୁଥର ଏହାର ପ୍ରଦର୍ଶନ ୧୦୦ ପ୍ରତିଶତ ସଫଳ ପ୍ରମାଣିତ ହୋଇଛି। ବାହୁବଳୀ ରକେଟର ଲମ୍ବ ୪୩.୫ ମିଟର ହୋଇଥିବାବେଳେ ଓଜନ ୬୪୨ ଟନ୍‌।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories