www.samajalive.in
Tuesday, December 9, 2025
23.1 C
Bhubaneswar

ଟନେଲରେ ବିତିଲାଣି ୧୦ଦିନ, ୮ ଶ୍ରମିକଙ୍କ ପତ୍ତା ସଠିକ ଭାବେ ମିଳିପାରୁନାହିଁ

ତେଲେଙ୍ଗାନା: ଟନେଲରେ ଫଶିଥିବା ୮ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟଖୁ ୧୦ ଦିନ ବିତିଗଲାଣି। ଶ୍ରୀଶୈଲମ ଲେଫ୍ଟ କେନାଲରେ ଫଶି ରହିଥିବା ଶ୍ରମିକଙ୍କ ପତ୍ତା ଏବେ ଯାଏଁ ସଠିକ ଭାବେ ମିଳିପାରୁନାହିଁ। ଟନେଲ ଭିତରେ କେଉଁଠାରେ ରହିଛନ୍ତି ତାହା ଜଣାପଡ଼ିନାହିଁ। ଉଦ୍ଧାର କାର୍ଯ୍ୟରେ ୭୦୦ରୁ ଅଧିକ କର୍ମୀ ନିୟୋଜିତ ଅଛନ୍ତି। ଫେବୃଆରୀ ୨୨ରେ ସୁଡ଼ଙ୍ଗ ଭୁସୁଡ଼ିବାରୁ ୮ଜଣ ଶ୍ରମିକ ଫସି ରହିଛନ୍ତି।

ତେଲଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲାରେ ଶନିବାର ଏକ ନିର୍ମାଣାଧୀନ ଟନେଲ (ସୁଡ଼ଙ୍ଗ) ଭୁଶୁଡି ପଡ଼ିବାରୁ ୮ ଜଣ ଶ୍ରମିକ ଫସି ରହିଛନ୍ତି। ଲିକ୍‌ ମରାମତି କରିବାକୁ କିଛି ଶ୍ରମିକ ଟନେଲ ଭିତରକୁ ଯାଇଥିବାବେଳେ ହଠାତ୍‌ ଶ୍ରୀସାଇଲମ ଲେଫ୍ଟ ବ୍ୟାଙ୍କ କେନାଲର ଏକ ଅଂଶ ଭୁଶୁଡି ପଡ଼ିଥିଲା ଏବଂ କେତେକ ଶ୍ରମିକ ବାହାରକୁ ବାହାରିବାରେ ସଫଳ ହୋଇଥିବାବେଳେ ୮ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି।  ଉଦ୍ଧାରକାରୀମାନେ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଇଞ୍ଜିନିୟର ଏବଂ ଶ୍ରମିକଙ୍କ ପାଖକୁ ପହଞ୍ଚିଛନ୍ତି, ସେମାନଙ୍କୁ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏହି ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ, ସେନା କର୍ମଚାରୀ ଏବଂ କମ୍ପାନୀର କର୍ମଚାରୀ ସାମିଲ ହୋଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ  ରେବନ୍ତ ରେଡ୍ଡି ପରିସ୍ଥିତିର ନିରନ୍ତର ସମୀକ୍ଷା କରୁଛନ୍ତି ଏବଂ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

- Advertisement -

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ମୁତାବକ ଜିଲାପାଳ, ଏସ୍‌ପି, ଦମକଳ ବାହିନୀ ଓ ଅନ୍ୟ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ସୁଡଙ୍ଗ ଭୁଶଡିବା ଫଳରେ କେତେକ ଶ୍ରମିକ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ର କୋଇଲା ମନ୍ତ୍ରୀ ଜି.କିଷାନ ରେଡ୍ଡି ଏହି ପ୍ରସଙ୍ଗ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।

ନାଗରକୁର୍ଣ୍ଣୁଲ୍ ଜିଲାରେ ଦୁର୍ଘଟଣା ସ୍ଥଳରେ ଥିବା ଦଳ ଫସି ରହିଥିବା ଶ୍ରମିକଙ୍କ ନାମ ଡାକିଥିଲେ, କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ଉଦ୍ଧାରକାରୀ ଦଳ ଦୁର୍ଘଟଣା ଘଟିଥିବା ସ୍ଥାନରୁ ଅଳ୍ପ ଦୂରରେ ତଥା ସୁଡ଼ଙ୍ଗ ଭିତରେ ୧୩ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରିଥିଲେ।

ଲୁହା, ମାଟି ଏବଂ ସିମେଣ୍ଟ ବ୍ଲକରେ ଭର୍ତ୍ତି ହୋଇଥିବା ଭଗ୍ନାବଶେଷ ସଫା ପ୍ରକ୍ରିୟା ଜାରି ରହିଥିବାବେଳେ ଉଦ୍ଧାରକାରୀଦଳଗୁଡ଼ିକ ୧୩ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରିଛନ୍ତି ଯେଉଁଠାରେ ଟନେଲଟି ଭୁଶୁଡ଼ି ପଡ଼ିଥିଲା। ସେମାନେ ଟନେଲ୍ ବୋରିଂ ମେସିନ୍ ଶେଷ ଥର ପାଇଁ ଯେଉଁ ସ୍ଥାନରେ ରଖାଯାଇଥିଲା ସେହି ସ୍ଥାନର ପରିସ୍ଥିତିର ମୂଲ୍ୟାଙ୍କନ କରୁଛନ୍ତି। ଆମେ ପରିସ୍ଥିତିର ମୂଲ୍ୟାଙ୍କନ କରୁଛୁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ରବିବାର କହିଛନ୍ତି।

ଆଠ ଜଣଙ୍କ ମଧ୍ୟରୁ ଛଅ ଜଣ (ଦୁଇ ଜଣ ଇଞ୍ଜିନିୟର ଏବଂ ଚାରି ଜଣ ଶ୍ରମିକ) ଜୟପ୍ରକାଶ ଆସୋସିଏଟ୍ସର ଏବଂ ଦୁଇଜଣ ଏକ ଆମେରିକୀୟ କମ୍ପାନୀର କର୍ମଚାରୀ ରହିଛନ୍ତି।

ଶ୍ରୀସାଇଲମ ଲେଫ୍ଟ ବ୍ୟାଙ୍କ କେନାଲ ନିର୍ମାଣ କାର୍ଯ୍ୟ ପୁଣି ଥରେ ଆରମ୍ଭ କରାଯିବା ପରେ ଗତ ୨୨ତାରିଖ ସକାଳେ ପ୍ରଥମ ସିଫ୍ଟରେ ପ୍ରାୟ ୫୦ ଜଣ ବ୍ୟକ୍ତି୨୦୦ ମିଟର ଲମ୍ବା ଟନେଲ୍ ବୋରିଂ ମେସିନ୍ ସହିତ ସୁଡଙ୍ଗ ଭିତରକୁ ଯାଇଥିଲେ। ସେମାନେ ସୁଡଙ୍ଗ ଭିତରକୁ ୧୩.୫ କିଲୋମିଟର ପର୍ଯ୍ୟନ୍ତ ଯିବା ପରେ ଛାତ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ମେସିନ୍ ଆଗରେ ଥିବା ଦୁଇ ଜଣ ଇଞ୍ଜିନିୟରଙ୍କ ସମେତ ଆଠ ଜଣ ସଦସ୍ୟ ଫସି ଯାଇଥିଲେ ଏବଂ ଅନ୍ୟ ୪୩ ଜଣ ସୁଡଙ୍ଗର ବାହାର ଫାଟକ ଆଡ଼କୁ ଦୌଡ଼ି  ଆସିବାରେ ସଫଳ ହୋଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀଙ୍କୁ ଘଟଣା ବିଷୟରେ ଫୋନ ଯୋଗେ ପଚାରି ବୁଝିଥିଲେ ଏବଂ ଚାଲିଥିବା ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତାର ପ୍ରତିଶ୍ରୁତି ଦେଇଥିଲେ।

 

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories