୧୦ ବର୍ଷରେ ସର୍ବନିମ୍ନ ସ୍ତରରେ ସୁନା ଚାହିଦା

0

ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଆଉ କିଛି ଦିନ ଅପେକ୍ଷା କରିବା ଆପଣଙ୍କ ପାଇଁ ଲାଭ ଦାୟକ ହେବ। କାରଣ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ବିଗତ ୧୦ ବର୍ଷ ତୁଳନାରେ ସୁନାର ଚାହିଦା ରେକର୍ଡ଼ ମାତ୍ରାରେ କମି ଯାଇଛି। ସୁନାର ଚାହିଦା ୧୨ପ୍ରତିଶତ କମି ୮୭.୭ଟନରେ ପହଞ୍ଚିଛି। ୨୦୧୭ରେ ସୁନାର ଚାହିଦା ୯୯.୨ଟନ ଥିଲା। ଚାହିଦା କମିବା ପ୍ରଚ୍ଛଦରେ ଏକାଧିକ କାରଣ ରହିଛି। ସୁନାର ବାରମ୍ଭାର ମୂଲ୍ୟ ବୃଦ୍ଧି ସାଙ୍ଗକୁ ଜିଏସଟିର ଛାଟ ଏଭଳି ହ୍ରାସ ପାଇଁ ଦାୟୀ କରାଯାଉଛି। ୱାଲ୍ଡ ଗୋଲ୍ଡ କାଉନସିଲ ଦ୍ୱାରା ଗୋଲ୍ଡ ଡିମାଣ୍ଡ ଟ୍ରେଡ଼ ନାମକ ରିପୋର୍ଟରେ ସୁନାର ଚାହିଦା କମିଥିବା ସ୍ପଷ୍ଟ କରିଛନ୍ତି। ଏପରିକି ସମଗ୍ର ବିଶ୍ୱରେ ସୁନାର ଚାହିଦା ୭ପ୍ରତିଶତ କମିଛି।

Leave A Reply