www.samajalive.in
Tuesday, December 9, 2025
26.1 C
Bhubaneswar

ଟ୍ରଲରକୁ ପଛପଟୁ ଧକ୍କା ଦେଲା ଟ୍ରକ୍‍, ଚାଳକ ମୃତ

ବାଲିଚନ୍ଦ୍ରପୁର: ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇ ଛିଡା ହୋଇଥିବା ଏକ ଟ୍ରଲର ପଛରେ ଏକ ଲୁହାପଥର ବୋଝେଇ ଟ୍ରକ ଧକ୍କା ଦେବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଚାଳକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ସତ୍ୟବନ୍ଧ ଗ୍ରାମର ସୁଧାଂଶୁ ସାମଲ (୩୬)।

ଘଟଣାରୁ ପ୍ରକାଶ ଯେ, ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥର କଟିକଟା ନିକଟରେ ଏକ ଟ୍ରଲର ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଛିଡା ହୋଇଥିଲା। ଶୁକ୍ରବାର ଭୋର ସମୟରେ ଚଣ୍ଡିଖୋଲ ପଟୁ ଏକ ଲୁହାପଥର ବୋଝେଇ ୧୨ ଚକିଆ ଟ୍ରକ୍‍ ପାରାଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଉକ୍ତ ଟ୍ରଲର ପଛରେ ପିଟି ହୋଇଯାଇଥିଲା। ଫଳରେ ଲୁହାପଥର ବୋଝେଇ ଟ୍ରକ୍‍ର ଚାଳକ ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ସତ୍ୟବନ୍ଧ ଗ୍ରାମର ସୁଧାଂଶୁ ସାମଲ (୩୬) ଗୁରୁତର ଭାବେ ଆହତ ହେବା ସହ ଟ୍ରକ୍‍ ମଧ୍ୟରେ ଚାପି ହୋଇ ରହିଯାଇଥିଲା। ଦୁର୍ଘଟଣାରେ ଟ୍ରକର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡିଥିଲା। ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚାଳକକୁ ଉଦ୍ଧାର କରିବା ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ଚାଳକ ଟ୍ରକ୍‍ ମଧ୍ୟରୁ ବାହାରି ପାରିନଥିଲା। ଦୀର୍ଘ ୪ ଘଣ୍ଟା ପରେ ଗୁରୁତର ଆହତ ଚାଳକକୁ ଟ୍ରକରୁ ବାହାର କରାଯାଇ ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଚାଳକ ସୁଧାଂଶୁଙ୍କର ମୃତ୍ୟୁ ହୋଇଯାଇଥିଲା।

- Advertisement -

ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯିବା ସହ ଟ୍ରକ୍‍ ଚାଳକଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇ ଘଟଣାର ତଦନ୍ତ ଜାରି ରହିଥିବା ଥାନାଧିକାରୀ ସୁକାନ୍ତ କୁମାର ପାତ୍ର ସୂଚନାଦେଇଛନ୍ତି।।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories