୫୫ବର୍ଷରେ ରେକର୍ଡ଼ ସଂଖ୍ୟାରେ ହ୍ରାସ ପାଇଛି ବ୍ୟାଙ୍କ ଜମା

0

ନୂଆଦିଲ୍ଲୀ: ଦେଶରେ ବଡ଼ ନୋଟକୁ ଅଚଳ କରିବାର ପ୍ରଭାବ ଆଜି ମଧ୍ୟ ପରିଲକ୍ଷିତ ହେଉଛି। ଏହାର ଜ୍ୱଳନ୍ତ ଉଦାହରଣ ସମ୍ପ୍ରତ୍ତି ବ୍ୟାଙ୍କରେ ଜମା ରାଶିକୁ ଆକଳନ କଲେ ପ୍ରମାଣିତ ହୋଇଛି। ବିଗତ ୫୫ବର୍ଷ ମଧ୍ୟରେ ବ୍ୟାଙ୍କ ଜମା ସବୁଠାରୁ କମିଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ୨୦୧୭-୧୮ ଆଥିକ ବର୍ଷରେ ଦେଶରେ କେବଳ ୬.୭ପ୍ରତିଶତ ଟଙ୍କା ବ୍ୟାଙ୍କରେ ଜମା ପଡ଼ିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହା ୧୯୬୩ମସିହା ପରେ ସବୁଠାରୁ କମ୍‍ ଜମା ଅନୁପାତ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି।
ଆରବିଆଇ ୱେବସାଇଟରେ ଦିଆଯାଇ ଥିବା ତଥ୍ୟ ଅନୁଯାୟୀ ଚଳିତ ଅର୍ଥିକ ବର୍ଷରେ କେବଳ ୬.୭ ପ୍ରତିଶତ ପୁଞ୍ଜି ବ୍ୟାଙ୍କରେ ଜମା ପଡ଼ିଥିଲା। ଏହାର ମୂଳ କାରଣ ବଡ଼ ନୋଟ ଅଚଳ ହୋଇଥାଇ ପାରେ ଅଥବା ଜନସାଧାରଣ ମ୍ୟୁଚୁଆଲ ଫଣ୍ଡରେ ଅଧିକ ଟଙ୍କା ବିନିଯୋଗ କରୁଥିବା ହେତୁ ଏଭଳି ହ୍ରାସ ହୋଇଥିବା ଅନୁମାନ କରାଯାଉଛି। ୨୦୧୬ରେ ଦେଶରେ ବଡ଼ ନୋଟ ଅଚଳ ହେବା ପରେ ୮୬ପ୍ରତିଶତ ଭାରତୀୟ ପୁଞ୍ଜି ବ୍ୟାଙ୍କରେ ଜମା ପଡ଼ିଥିଲା। ଏହା ଦ୍ୱାରା ବ୍ୟାଙ୍କ ପାଖରେ ବଡ଼ ଧରଣର ଟଙ୍କା ଜମା ହୋଇଥିଲା। ହେଲେ ଏବେ ଏହାର ଓଲଟା ପ୍ରଭାବ ଦୃଶ୍ୟମାନ ହେବାରେ ଲାଗିଛି। ବଡ଼ ନୋଟ ଅଚଳ ବେଳେ ଯେଉଁ ଟଙ୍କା ବ୍ୟାଙ୍କରେ ଜମା ପଡ଼ିଥିଲା ତାହା ପରବର୍ତ୍ତୀ ସମୟରେ ବ୍ୟାଙ୍କରୁ ଉଠାଇ ନିଆଯାଇଛି। ୨୦୧୮ରେ ମ୍ୟୁଚୁଆଲ ଫଣ୍ଡରେ ୨୨ପ୍ରତିଶତ ବିନିଯୋଗ ହୋଇଥିôବାବେଳେ ବ୍ୟାଙ୍କରେ କେବଳ ୫ପ୍ରତିଶତ ବିନିଯୋଗ ହୋଇଛି।
ଏହାର ଭଲ ପ୍ରଭାବ ଜନସାଧାରଣଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି। ବ୍ୟାଙ୍କଗୁଡ଼ିକ ଗ୍ରହକଙ୍କୁ ଆକୃଷ୍ଟ କରିବାକୁ ସୁଧ ହାରରେ ବୃଦ୍ଧି କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏଭଳି ହେଲେ ସାଧାରଣ ଲୋକ ଏଥିରେ ଉପକୃତ ହେବେ ନିଶ୍ଚୟ।

Leave A Reply