www.samajalive.in
Monday, December 15, 2025
24.1 C
Bhubaneswar

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର ସକାଳେ ଏକାଧିକ ଯାନ ପରସ୍ପରକୁ ଧକ୍କା ଦେଇଥିବା ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ ଯାନ ମଧ୍ୟରେ ବସ୍‌, ଟ୍ରକ୍‌ କାର୍‌ ଓ ବାଇକ୍‌ ସାମିଲ ରହିଛି। ହିସାରରେ କୈଥାଲ ରୋଡୱେଜ୍‌ର ଏକ ବସ୍‌ ଡମ୍ପର ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ପଛରୁ ଆସୁଥିବା ହରିୟାଣା ସଡକ ପରିବହନ ନିଗମର ଅନ୍ୟ ଏକ ବସ୍‌ ଡମ୍ପର ସହ ପିଟି ହୋଇଯାଇଥିଲା। ବସ୍‌-ଟ୍ରକ୍‌-ବସ୍‌ ଦୁର୍ଘଟଣାଗ୍ରସ୍ତ ଅବସ୍ଥାରେ ଥିବାବେଳେ ସେହି ରାସ୍ତାରେ ଆସୁଥିବା ଗୋଟିଏ କାର୍‌ ଓ ବାଇକ୍‌ ମଧ୍ୟ ସେଗୁଡିକ ସହ ଧକ୍କା ଖାଇଥିଲେ।

ଏଥିରେ ବସ୍‌ ଓ କାର୍‌ର କେତେକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବାବେଳେ ବାଇକ୍‌ ଆରୋହୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରେୱାରିସ୍ଥିତ ୩୫୨ ନମ୍ବର ଜାତୀୟ ରାଜପଥରେ ତିନି ଚାରିଟି ବସ୍‌ ପରସ୍ପରକୁ ଧକ୍କା ଦେଇଥିବା କୁହାଯାଇଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରୋହତକ୍‌ ସହରର ମେହାମ୍‌ ଅଞ୍ଚଳରେ ଘନ କୁହୁଡି ଯୋଗୁଁ ଜାତୀୟ ରାଜପଥରେ ପ୍ରାୟ ୩୫ଟି ଯାନ ପରସ୍ପରକୁ ଧକ୍କା ଦେଇଥିବା ପୁଲିସ ପକ୍ଷରୁ କୁହାଯାଇଇଛି। ଏଥିରେ ମଧ୍ୟ ଏକାଧିକ ଲୋକ ଆହତ ହୋଇଥିବାବେଳେ ଯାନଗୁଡିକ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ଯାନ ମଧ୍ୟରେ ଅଧିକାଂଶ ଟ୍ରକ ସାମିଲ ରହିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories