ସିରିଆ ଅଭିମୁଖେ ଯୁଦ୍ଧ ଜାହାଜ ପ୍ରେରଣ କଲା ରୁଷ

0

ନୂଆଦିଲ୍ଲୀ: ସିରିଆକୁ ନେଇ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା କରୁଛି ସମଗ୍ର ବିଶ୍ୱ। ଗୋଟିଏ ପଟେ ସିରିଆ ଉପରେ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ଆକାଶ ମାର୍ଗରୁ ବୋମା ନିକ୍ଷେପ କରୁଥିବାବେଳେ ରୁଷ ଏହାକୁ ବିରୋଧ କରୁଛି। ଗୋଟିଏ ପଟେ ଆମେରିକା ଓ ତା’ର ସହଯୋଗୀ ରାଷ୍ଟ୍ର ସିରିଆ କେମିକାଲ ଅସ୍ତ୍ର ପ୍ରୟୋଗ କରୁଥିବାର ଅଭିଯୋଗ କରିଛି। ଅପରପକ୍ଷରେ ଆମେରିକା ଓ ତା’ର ସହଯୋଗୀ ରାଷ୍ଟ୍ରର ହସ୍ତକ୍ଷେପ ସିରିଆର ସ୍ୱାଧୀନତାର ଅଧିକାରକୁ ଭଙ୍ଗ କରୁଛି ବୋଲି ରୁଷ ଯୁକ୍ତି ଉପସ୍ଥାପନ କରିବା ସହ ସିରିଆକୁ ସୁରକ୍ଷା ଦେବାକୁ ଯୁଦ୍ଧ ଜାହାଜ ପ୍ରେରଣ କରିଛି। ଏହି ଯୁଦ୍ଧ ଜାହାଜରେ ଟ୍ୟାଙ୍କ, ମିଲିଟାରି ଟ୍ରକ ଯୁଦ୍ଧାସ୍ତ୍ର ବହନ କରୁଥିବା ବୋଟ୍‌ ମଧ୍ୟ ରହିଛି।
୨୦୧୧ରେ ଆରବର ଏକାଧିକ ଦେଶ ସମେତ ସିରିଆରେ ମଧ୍ୟ ଜୋସ୍ମିନ କାନ୍ତି ଆରମ୍ଭ ହୋଇଥିଲା। ତେବେ ଅନ୍ୟ ଦେଶ ପରି ସିରିଆ ସରକାର ଏହି କ୍ରାନ୍ତିକୁ ଦୃଢହସ୍ତରେ ଦମନ କରିବାରେ ବିଫଳ ହୋଇଥିଲା। ଫଳରେ ଦୀର୍ଘ ୭ବର୍ଷ ପରେ ମଧ୍ୟ ସିରିଆର ରାଷ୍ଟ୍ରପତି ବସର ଅଲ ଅସଦଙ୍କ ସହ ବିଦ୍ରୋହୀଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟସୀମା ମଧ୍ୟରେ ୫ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବାବେଳେ ତା’ଠାରୁ ଅଧିକ ଲୋକ ପଡ଼ୋଶୀ ରାଷ୍ଟ୍ରକୁ ପଳାୟନ କରିଛନ୍ତି। ଫ୍ରାନ୍ସ, ବ୍ରିଟେନ ଓ ଆମେରିକା, ସାଉଦି ଆରବ, ତୁର୍କି ଏକତ୍ରିତ ହୋଇ ସିରିଆ ଉପରେ ଆକ୍ରମଣ କରି ଏଠାରେ ଉଭୟ ବିଦ୍ରୋହୀ ଓ ସରକାରଙ୍କୁ ଭାଙ୍ଗି ଦେବାକୁ ଉଦ୍ୟମ କରୁଛନ୍ତି। ଅପରପକ୍ଷରେ ସିରିଆକୁ ସମର୍ଥନ କରି ଚୀନ, ଇରାନ ପରି ଦେଶ ସମର୍ଥନ କରିବା ସହ ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ଆମେରିକାର ହସ୍ତକ୍ଷେପ ବୋଲି ଯୁକ୍ତି ଦର୍ଶାଇଛନ୍ତି। ଅଷ୍ଟ୍ରେଲିଆ ଓ କାନାଡ଼ା ଅଦ୍ୟାବଧି ଏହି ଘଟଣାରେ ପକ୍ଷଭୁକ୍ତ ହୋଇ ନଥିଲେ ମଧ୍ୟ ପୂର୍ବରୁ ସେମାନେ ଆମେରିକାକୁ ସମର୍ଥନ କରିଥିବାର ନଜିର ରହିଛି। ଅପରପକ୍ଷରେ ସିରିଆ ବିଦ୍ରୋହୀଙ୍କୁ ଯୁଦ୍ଧାସ୍ତ୍ର ସାଉଦିଆରବରୁ ମିଳୁଥିବା ଅଭିଯୋଗ ହୋଇଛି।

Leave A Reply