BJD Bijuli 480×75 Mob

‘ସମାଜ’ପ୍ରଶ୍ନ ପ୍ରସୂନ

BJD Bijuli 480×75 Mob
0

ଶିକ୍ଷାର ମୂଳ ସୋପାନକୁ ସଶକ୍ତ କରିବା ନିମନ୍ତେ ପ୍ରାଥମିକ ଶିକ୍ଷାକୁ ସରକାରୀସ୍ତରରେ ବେଶ୍‍ ପ୍ରାଧାନ୍ୟ ଦିଆଯାଉଛି। ‘ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ’ ଆହ୍ୱାନକୁ ସାକାର କରିବା ପାଇଁ ବହୁବିଧ ପଦକ୍ଷେପ ନିଆଯାଉଛି। ଲୋକଙ୍କ କଥା କହୁଥିବା ଓ ଲୋକଙ୍କ ଖବରକାଗଜ ଭାବେ ଘରେ ଘରେ ପରିଚିତ ରାଜ୍ୟର ସର୍ବପୁରାତନ ଦୈନିକ ‘ସମାଜ’ ତା’ର ସାମାଜିକ ପ୍ରତିବଦ୍ଧତାକୁ ପୂରଣ କରିବା ପାଇଁ ପ୍ରୟାସ ଜାରି ରଖିଛି। ଏବେ ପ୍ରାଥମିକ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛି। ‘ସମାଜ’ର ‘ମାଟ୍ରିକ ମନ୍ତ୍ର’ ପରେ ତୃତୀୟ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନିମନ୍ତେ ଆଦର୍ଶ ପ୍ରଶ୍ନାବଳୀ କାର୍ୟ୍ୟକ୍ରମ ‘ସମାଜ ପ୍ରଶ୍ନ ପ୍ରସୂନ’ ପବିତ୍ର ଗୁରୁଦିବସରୁ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି।
ସୋମବାରଠାରୁ ଶୁକ୍ରବାର ପର୍ୟ୍ୟନ୍ତ ଦୈନିକ ‘ସମାଜ ପ୍ରଶ୍ନ ପ୍ରସୂନ’ ପ୍ରକାଶ ପାଇବ। ଏହି ପ୍ରଶ୍ନାବଳୀ ପିଲାଙ୍କ ପାଠ୍ୟଖସଡ଼ାରୁ ପ୍ରସ୍ତୁତ। ସାହିତ୍ୟ, ଇଂରାଜୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟ ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ତା’ ପରଦିନ ‘ସମାଜ’ର ଏହି ସ୍ତମ୍ଭରେ ପ୍ରକାଶ ପାଇବ। ପିଲାଙ୍କୁ ପାଠ୍ୟଖସଡ଼ା ସମ୍ପର୍କରେ ଅଭ୍ୟାସ କରାଇବା ଲକ୍ଷ୍ୟ ନେଇ ‘ସମାଜ’ର ଏହା ଏକ ପ୍ରୟାସ ମାତ୍ର। ଆଶା ଏହା ପିଲାଙ୍କ ଭବିଷ୍ୟତ ଗଠନରେ ସହାୟକ ହେବ।
-ସମ୍ପାଦକ, ସମାଜ

Leave A Reply