www.samajalive.in
Sunday, December 14, 2025
19.1 C
Bhubaneswar

ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ

ପୁରୀ: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ଆପ୍ରନ ପିନ୍ଧିଷ୍ଟେଥୋ ସ୍କୋପ ପକାଇ ୭ ଦିନ ହେଲା ସେ ମେଡ଼ିକାଲରେ ବୁଲୁଥିଲେ। ଏହାସହିତ ସେ ୱାର୍ଡରେ ରୋଗୀଙ୍କୁ ଦେଖୁଥିଲେ, ହେଲେ ଔଷଧ ଲେଖୁନଥିଲେ। ଏହି ନକଲି ଡାକ୍ତର ଜଣକ କମ ବୟସର ହୋଇଥିବାରୁ ନର୍ସିଂ ଷ୍ଟାଫ ସନ୍ଦେହ କରିଥିଲେ। ନର୍ସିଂ ଷ୍ଟାଫଙ୍କ ଅଭିଯୋଗ ପରେ ମେଡ଼ିକାଲ ଫାଣ୍ଡି ନକଲି ଡାକ୍ତରଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ସେ ପୁରୀ ଏସସିଏସ କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ବୋଲି ଜଣାପଡିଥିଲା। ଏହାପରେ ମେଡ଼ିକାଲ ଫାଣ୍ଡି ପୁଲିସ ନକଲି ଡାକ୍ତରଙ୍କୁ ଗିରଫ କରିଥିଲା। ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ କଣ ପାଇଁ ଅଭିଯୁକ୍ତ ଜଣଙ୍କ ନକଲି ଡାକ୍ତର ସାଜି ଆସିଥିଲା ତାହାର ତଦନ୍ତ ଚାଲିଛି ବୋଲି ପୁଲିସ ସୂଚନା ଦେଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories