www.samajalive.in
Monday, December 15, 2025
14.1 C
Bhubaneswar

କୃଷକମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଜରୁରୀ

ଆଠଗଡ: ଲଘୁଚାପ ଜନିତ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ କୃଷକମାନଙ୍କ ପ୍ରତି ସରକାର ସମ୍ବେଦନଶୀଳ ହେବା ଜରୁରୀ। କ୍ଷତିଗ୍ରସ୍ତ କୃଷକଙ୍କୁ କିପରି ଉପଯୁକ୍ତ କ୍ଷତିପୂରଣ ଓ ସହାୟତା ମିଳିବ ଏବଂ ସେମାନେ କିଭଳି ସୁରୁଖୁରୁରେ ମଣ୍ଡିରେ ସେମାନଙ୍କର ବଳକା ଧାନ ବିକ୍ରୟ କରିପାରିବେ ସେ ଦିଗରେ ସରକାର ଉଚିତ ପଦକ୍ଷେପ ନିଅନ୍ତୁ। ଖରିଫ ଧାନ କ୍ରୟ ସମ୍ପର୍କରେ ସରକାର ଭିନ୍ନ ଭିନ୍ନ ସମୟରେ ନେଉଥିବା ନିଷ୍ପତ୍ତି ଓ ଘୋଷଣା ମଧ୍ୟରେ ତାଳମେଳ ରହୁନଥିବାରୁ ରାଜ୍ୟର ଚାଷୀମାନେ ଦ୍ୱନ୍ଦ୍ୱରେ ରହୁଛନ୍ତି ବୋଲି ପୂର୍ବତନ କୃଷି ମନ୍ତ୍ରୀ ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରକାଶ କରିଛନ୍ତି। ଆଠଗଡ ଓ ତିଗିରିଆ ବ୍ଲକରେ ଚଳିତ ଖରିଫ ଧାନ କ୍ରୟ ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ବିଧାୟକ ଶ୍ରୀ ସ୍ଵାଇଁ ସପ୍ତାହ ପୂର୍ବରୁ ହୋଇଥିବା ଅଦିନିଆ ବର୍ଷାରେ କୃଷକମାନଙ୍କ ଖରିଫ ଧାନ ଓ ପନିପରିବା ଫସଲ କ୍ଷୟକ୍ଷତିକୁ ନେଇ ନିଜର ଚିନ୍ତା ପ୍ରକଟ କରିଥିଲେ। ଆଠଗଡ ଓ ତିଗିରିଆ ବ୍ଲକର ୩୫ଟି ସମବାୟ ସମିତି ଜରିଆରେ ୪୧ ଟି ମଣ୍ଡିରେ ଜାନୁଆରୀ ୩ ତାରିଖରୁ ଚାଷୀଙ୍କ ବଳକା ଖରିଫ ଧାନ କ୍ରୟ ପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଛି। ନରସିଂହପୁର ନିୟନ୍ତ୍ରିତ ବଜାର କମିଟି ଦ୍ବାରା ଆୟୋଜିତ ଏହି ବୈଠକରେ ଯୋଗ ଦେଇଥିବା ଆଠଗଡ ଓ ତିଗିରିଆର ୩୫ଟି ଯାକ ସମବାୟ ସମିତିର ସଭାପତି, ସମ୍ପାଦକ ସମେତ ଅନ୍ୟ ଅଧିକାରୀଙ୍କୁ ମଣ୍ଡିରେ ଚାଷୀ କିପରି ସୁରୁଖୁରୁରେ ସେମାନଙ୍କ ଧାନ ବିକ୍ରୟ କରିପାରିବେ ଏବଂ ସେମାନଙ୍କ ସ୍ଵାର୍ଥ ରକ୍ଷା ଦିଗରେ ଯତ୍ନବାନ ହେବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଆଠଗଡ ଓ ତିଗିରିଆ ବ୍ଲକରେ ଗତ ବର୍ଷ ୧୦୪୪୯ ଜଣ ଚାଷୀ ପଞୀକରଣ କରିଥିବା ବେଳେ ଚଳିତ ବର୍ଷ କାହିଁକି ଓ କିପରି ସେଥିମଧ୍ୟରୁ ପ୍ରାୟ ଏକ ହଜାର କମ୍ ସଂଖ୍ୟକ ଚାଷୀ ପଞ୍ଜିକୃତ ହୋଇଛନ୍ତି ବୋଲି ବିଧାୟକ ପ୍ରଶ୍ନ କରିଥିଲେ।

ମଣ୍ଡିରେ ଧାନ କ୍ରୟ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ସହିତ କୌଣସି ଚାଷୀ ନିଜ ଧାନ ବିକ୍ରୟରୁ ଯେପରି ବଞ୍ଚିତ ନହେବ ସେଦିଗରେ ଉଚିତ ପଦକ୍ଷେପ ନେବାକୁ ଶ୍ରୀ ସ୍ୱାଇଁ ଉପସ୍ଥିତ ସମବାୟ ଓ ଯୋଗାଣ ବିଭାଗ ସହ ବିଡିଓ ଓ ତହସିଲଦାରଙ୍କୁ ପରାମର୍ଶ ଦେଇଥିଲେ। ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ସହକାରୀ ସମବାୟ ନିବନ୍ଧକ ବିଜେନ୍ଦ୍ର କୁମାର ମହାନ୍ତି, ସହକାରୀ ଯୋଗାଣ ଅଧିକାରୀ ଜଗମୋହନ ଦାସ, ଆଠଗଡ ବିଡିଓ ଆକାଶ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ବାଇଁ ଓ ସମରେନ୍ଦ୍ର ଭଟ୍ଟ, ତିଗିରିଆ ବିଡିଓ ପ୍ରଣବ କୁମାର ବେହେରା, ତିଗିରିଆ ତହସିଲଦାର ଅକ୍ଷୟ କୁମାର ରାଉତ, ନରସିଂହପୁର ଆରଏମସି ସମ୍ପାଦକ ରାମନାରାୟଣ ମଲ୍ଲିକ, ବ୍ଲକ କୃଷି ଅଧିକାରୀ ପ୍ରିୟନାଥ ପାତ୍ର, ଆତ୍ମା ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସୂଚନା ଦେଇଥିଲେ । ସମବାୟ ସମିତିର ସଭାପତି, ସମ୍ପାଦକ, ପଞ୍ଜିକୃତ ମିଲରଙ୍କ ପ୍ରତିନିଧିଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୈଠକରେ ଉପସ୍ଥିତ ରହି ମଣ୍ଡଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories