ବୈଜ୍ଞାନିକଙ୍କୁ ଡିଜିଟାଲ ଠକେଇ, ୨ ଗିରଫ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ବୈଜ୍ଞାନିକଙ୍କୁ ଠକେଇ ମାମଲାରେ ତାମିଲନାଡୁ ଓ କେରଳରୁ ୨ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି । ଆଜି ଏହି ଠକେଇ ମାମଲାରେ ସିଆଇଡି କ୍ରାଇମବ୍ରାଞ୍ଚ ଟିମ ତାମିଲନାଡୁ ଓ କେରଳରୁ ୨ ଅଭିଯୁକ୍ତଙ୍କୁ ଧରିଥିବା ଜଣାପଡିଛି। ସିଆଇଡି କ୍ରାଇମବ୍ରାଞ୍ଚ ଟିମ ପକ୍ଷରୁ ଚେନ୍ନାଇରୁ ସତିଶ କୁମାର କେ ଏବଂ କୋଝିକୋଡରୁ ହରିଶ ସିଏମଙ୍କୁ ଗିରଫ କରାଯଇଛି। ୧.୦୬ କୋଟି ଟଙ୍କା ମାମଲାରେ ଉଭୟେ ଗିରଫ ହୋଇଛନ୍ତି। ସତିଶଙ୍କ ଆକାଉଣ୍ଟରୁ ୬୮ଲକ୍ଷ ଏବଂ ହରିଶଙ୍କ ଆକାଉଣ୍ଟରୁ ୩୦ଲକ୍ଷ ଟ୍ରାନ୍ସଫର କରାଯାଇଥିବା ସୂଚନା ମିଳିଛି।
Comments are closed.