www.samajalive.in
Tuesday, December 9, 2025
26.1 C
Bhubaneswar

୪ ପୁଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼: ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ନୟାଗଡ଼ ଏସ୍‌ପି ଏସ. ସୁଶ୍ରୀ। ବିଶୃଙ୍ଖଳିତ ଆଚରଣ ପାଇଁ ଶୁକ୍ରବାର ନୟାଗଡ଼ ରିଜର୍ଭ ପୁଲିସର ୩ ଜଣ ହାବିଲଦାର ଓ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋଇଥିବା ୪ ପୁଲିସ କର୍ମଚାରୀ ହେଉଛନ୍ତି ହାବିଲଦାର ଦୁର୍ଗାମାଧବ ଡୋରା, ହାବିଲଦାର ସଞ୍ଜୟ ମହାପାତ୍ର, ହାବିଲଦାର ସନ୍ତୋଷ ମହାପାତ୍ର ଏବଂ କନଷ୍ଟେବଳ ଦିଲ୍ଲୀପ ବେହେରା।

ସୂଚନା ଅନୁସାରେ, ଗତ ୩୧ ତାରିଖ ରାତିରେ ନୟାଗଡ଼ ସହର ମଧ୍ୟରେ ପୁଲିସ ହାବିଲଦାର ଓ କନେଷ୍ଟବଳ ସଂଘର ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷରୁ ଟାଉନ ଥାନାରେ ଦୁଇଟି ଏତଲା ହୋଇଥିଲା। ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ଶୃଙ୍ଖଳା ବିଭାଗରେ ବିଶୃଙ୍ଖଳିତ ଆଚରଣ ପାଇଁ ନୟାଗଡ଼ ଏସପି ଆଜି ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

- Advertisement -

 

Hot this week

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories