www.samajalive.in
Saturday, December 6, 2025
19.1 C
Bhubaneswar

ଓଡବ୍ଲ୍ୟୁଏସ୍‌ଏସ୍‌ବିର କୋଟିପତି ଅଧିକାରୀ ଦେବାଶିଷ ସାହୁ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ଜଳଯୋଗାଣ ଓ ସ୍ବେରେଜ୍ ବୋର୍ଡ (ଓଡବ୍ଲ୍ୟୁଏସ୍‌ଏସ୍‌ବି)ର ସହକାରୀ ପ୍ରକଳ୍ପ ପରିଚାଳକ ଦେବାଶିଷ ସାହୁ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଭିଜିଲାନ୍ସ ଶ୍ରୀ ସାହୁଙ୍କ ବାସଭବନ ସମେତ ୭ଟି ଠିକଣାରେ ଏକସଙ୍ଗେ ଚଢ଼ଉ କରିଥିଲା। କଟକ, ଭୁବନେଶ୍ବର ଓ ଜଟଣୀରେ ଚଢାଉ କରାଯାଇଥିଲା । ଚଢ଼ଉରେ ଶ୍ରୀ ସାହୁଙ୍କ କୋଠା, ପ୍ଲଟ, ଦୋକାନ ଘର, ନଗଦ ଟଙ୍କା ଓ ବ୍ୟାଙ୍କ ଜମା ଦେଖି ଭିଜିଲାନ୍ସ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ଦେବାଶିଷଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ ଆଧାରରେ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିଲା। ଭୁବନେଶ୍ବର ସ୍ପେଶାଲ ଜଜ୍ (ଭିଜିଲାନ୍ସ) ଅଦାଲତଙ୍କ ଅନୁମତିକ୍ରମେ ଆଇଗିଣିଆସ୍ଥିତ ତାଙ୍କ ବାସଭବନ ସମେତ, କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘରେ ସକାଳୁ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ଜଟଣୀ କଲେଜ ରୋଡ଼ରେ ଗୋଟିଏ ୨ ମହଲା କୋଠା, ଜଟଣୀ ସର୍ଦାର ପଟେଲ ରୋଡ଼ରେ ଏକ ୨ ମହଲା କୋଠା, ଆଉ ଏକ ନିର୍ମାଣାଧୀନ ୩ ମହଲା କୋଠା, ଜଟଣୀ ବନଦୁର୍ଗା ମାର୍କେଟ କମ୍ପ୍ଲେକ୍ସରେ ୨ଟି ଦୋକାନ ଘର, ଭୁବନେଶ୍ବର ଓ ଜଟଣୀରେ ୨ଟି ମୂଲ୍ୟବାନ ପ୍ଲଟ, ନଗଦ ୧ ଲକ୍ଷ ୫୭ ହଜାର ୨୦ ଟଙ୍କା, ୨୫୦ ଗ୍ରାମ ଓଜନର ସୁନା ଅଳଙ୍କାର, ୫୬ ଲକ୍ଷ ୧୯ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ୩ଟି ମୋଟରସାଇକଲ ଓ ୧୨ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ଆସବାବପତ୍ର ଠାବ କରାଯାଇଛି। ୭ଜଣ ଡିଏସପି, ୯ ପୁଲିସ ନିରୀକ୍ଷକ ଓ ୧୦ ଉପ ନିରୀକ୍ଷକ ପ୍ରମୁଖ ଏହି ଚଢ଼ଉରେ ଅଂଶଗ୍ରହଣ କରିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories