ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ସ୍ୱତନ୍ତ୍ର ଟ୍ରେନ୍, ଅଟକିଥିବା ଯାତ୍ରୀଙ୍କୁ ନେଇଯିବ ଗନ୍ତବ୍ୟସ୍ଥଳ

ଭୁବନେଶ୍ୱର: ଅଟକିଥିବା ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳ ନେଇଯିବାକୁ ଦୁର୍ଘଟଣାସ୍ଥଳରେ ସ୍ୱତନ୍ତ୍ର ଟ୍ରେନ୍ ପହଞ୍ଚିଛି। ଦୁର୍ଘଟଣାସ୍ଥଳରେ ଟ୍ରେନ୍ ପହଞ୍ଚିବା ପରେ ପ୍ରାୟ ୪୦୦ ଯାତ୍ରୀ ଟ୍ରେନ୍ରେ ଚଢ଼ିଥିବା ସୂଚନା ମିଳିଛି। ଦୁର୍ଘଟଣାସ୍ଥଳରେ ଫସି ରହିଥିବା ଯାତ୍ରୀମାନଙ୍କୁ ଅଗ୍ନିଶମ ବାହିନୀ ଏବଂ ଏନ୍ଡିଆରଏଫ୍ ଯବାନ ସହାୟତା କରୁଛନ୍ତି।
କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ପରେ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା ହୋଇଛି। ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ବାହାରଏହା ନରାଜ ଦେଇ ମଙ୍ଗୁଳି-ଚୌଦ୍ୱାରରେ ଅଟକି ରହିଥିବା ଯାତ୍ରୀଙ୍କ ପାଖରେ ପହଞ୍ଚିଥିବା ଜଣାପଡ଼ିଛି। ଅଧାରେ ଫସିଥିବା ଯାତ୍ରୀମାନଙ୍କୁ ନେଇ ସେମାନଙ୍କ ଗନ୍ତବ୍ୟସ୍ଥଳରେ ଏହି ଟ୍ରେନ୍ ପହଞ୍ଚାଇବ ବୋଲି ରେଳକ ର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଅନ୍ୟପଟେ ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ରେଳ ବିଭାଗ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। କଟକ ପାଇଁ ୮୯୯୧୧୨୪୨୩୮, ଭୁବନେଶ୍ଵର ପାଇଁ ୮୪୫୫୮୮୫୯୯୯, ଖୋର୍ଦ୍ଧା ପାଇଁ ୦୬୭୪୨୪୯୨୨୪୫ ହେଲ୍ପ ଡେସ୍କ ନମ୍ବର ଜାରି କରାଯାଇଛି।
Comments are closed.