www.samajalive.in
Sunday, December 14, 2025
23.1 C
Bhubaneswar

କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ : ୫ ଟ୍ରେନ୍‌‌ର ଗତିପଥରେ ପରିବର୍ତ୍ତନ, ସ୍ୱତନ୍ତ୍ର ଟ୍ରେନ୍‌‌ ବ୍ୟବସ୍ଥା

ଭୁବନେଶ୍ୱର: ଚୌଦ୍ଵାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ- କାମାକ୍ଷା ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଛି। ପୂର୍ବାହ୍ନ ୧୧ଟା ୫୪ ମିନିଟ୍‌ରେ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ- କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ନେଇ ପୂର୍ବତନ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି। ଏକ୍ସପ୍ରେସ ଲାଇନଚ୍ୟୁତ ପରେ ୫ ଟ୍ରେନ୍‌‌ର ଗତିପଥରେ ପରିବର୍ତ୍ତନ ହୋଇଛି। ଫଲକନାମା, ସିକନ୍ଦରାବାଦ, ଧଉଳି, ନୀଳାଚଳ, ପୁରୁଲିଆ ସୁପରଫାଷ୍ଟର ଗତିପଥ ବଦଳିଛି। ଡାଉନ ଲାଇନରେ ୫ଟି ଟେନ୍‌‌ର ଗତିପଥ ବଦଳାଯାଇଛି। ଅପଳାଇନରେ ସବୁ ଟ୍ରେନ୍‌‌ ଠିକ୍‌‌ ଭାବେ ଚାଲିଛି ବୋଲି ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ପରେ ସ୍ୱତନ୍ତ୍ର ଟ୍ରେନ୍‌‌ର ବ୍ୟବସ୍ଥା ହୋଇଛି। ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌‌ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନ୍‌‌ ବାହାରିଥିବାବେଳେ ଏହା ନରାଜ ଦେଇଯିବ ବୋଲି ଜଣାପଡ଼ିଛି। ଅଧାରେ ଫସିଥିବା ଯାତ୍ରୀମାନଙ୍କୁ ନେଇ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ ବୋଲି ରେଳକର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories