ଭୁବନେଶ୍ୱର: ଚୌଦ୍ୱାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯାତ୍ରୀଙ୍କ ପରିଚୟ ମିଳିଛି। ମୃତକଙ୍କ ନାମ ଶୁଭଙ୍କର ରାୟ ଏବଂ ସେ ଅଲ୍ଲୀପୁର ବାସିନ୍ଦା ବୋଲି ଜଣାପଡ଼ିଛି। ଶୁଭଙ୍କର ନିଜ ପରିବାର ସହ ବେଙ୍ଗାଲୁରୁରୁ ଅଲ୍ଲୀପୁର ଫେରୁଥିଲେ। ନିଜ ମା’ଙ୍କ ଚିକିତ୍ସା ପାଇଁ ଶୁଭଙ୍କର ଘରକୁ ଆସୁଥିଲେ।
ଅପରପକ୍ଷରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାରେ ବହୁ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ଥିବା ଜଣାପଡ଼ିଛି। ଆହତମାନଙ୍କୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଅଧିକ ଗୁରୁତର ଥିବା ଯାତ୍ରୀଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।



