www.samajalive.in
Sunday, December 14, 2025
26.1 C
Bhubaneswar

ବାଘୁଣୀ ଜିନ୍ନତକୁ ଶିମିଳିପାଳ ଫେରାଇବାକୁ ଏନଟିସିଏର ନିର୍ଦେଶ

ଭୁବନେଶ୍ୱର: ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧୀକରଣ(ଏନଟିସିଏ) ପକ୍ଷରୁ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଫେରାଇଦେବାକୁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖି ଏନଟିସିଏ ନିର୍ଦେଶ ଦେଇଥିବା ଜଣାପଡିଛି। ଓଡ଼ିଶାର ଚିଫ ୱାଇଲ୍ଡ ଲାଇଫ ୱାର୍ଡେନ ଏ ନେଇ ଚିଠି ଲେଖିଛନ୍ତି। ବନ୍ୟପ୍ରାଣୀ ଆଇନ ଅନୁସାରେ ତୁରନ୍ତ ଶିମିଳିପାଳ ପଠାନ୍ତୁ ବୋଲି ଓଡ଼ିଶାର ଚିଫ ୱାଇଲ୍ଡ ଲାଇଫ ୱାର୍ଡେନ ଚିଠି ଲେଖିଥିଲେ। ଏନଟିସିଏ ଏସଓପି ଅନୁସାରେ ଜିନ୍ନତକୁ ଶିମିଳିପାଳ ପଠାଇ ଦିଅନ୍ତୁ ଏବଂ କାହିଁକି ଆଲିପୁର ଚିଠିଆଖାନା ନେଲେ ତା’ର କାରଣ ଦର୍ଶାନ୍ତୁ ବୋଲି ଓଡ଼ିଶାର ଚିଫ ୱାଇଲ୍ଡ ଲାଇଫ ୱାର୍ଡେନ ଏନଟିସିଏକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିବା ଜଣାପଡିଛି।

ଡିସେମ୍ବର ୩୦ ତାରିଖରେ ପଶ୍ଚିମବଙ୍ଗର ବାଙ୍କୁରାରେ ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ଟ୍ରାଙ୍କୁଲାଇଜ କରିବା ପରେ ଜିନ୍ନତକୁ ଆଲିପୁର ଚିଠିଆଖାନାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ସେଠାରେ ବାଘୁଣୀ ଜିନ୍ନତର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ପୁନଃ ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଆଣାଯିବ ବୋଲି କୁହାଯାଇଥିଲା। ବାଘୁଣୀ ଜିନ୍ନତର ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଓ ସେ କିଭଳି ପ୍ରାକୃତିକ ପରିବେଶରେ ରହିପାରିବ ଏବଂ ଶିମିଳିପାଳ ଅଭୟାରଣ୍ୟରେ ନୂଆ ଜୀବନ ଆରମ୍ଭ କରିପାରିବ ସେଥିପାଇଁ ଏହି ପଦକ୍ଷେପ ନିଆଯାଥିଲା।

- Advertisement -

ବାଘୁଣୀ ଜିନ୍ନତକୁ ମହାରାଷ୍ଟ୍ରର ତବୋଦା ଅନ୍ଧେରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଥିଲା। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଜିନ୍ନତ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗକୁ ଯାତ୍ରା କରିଥିଲା । ପଶ୍ଚିମବଙ୍ଗରେ ଏହା ପ୍ରଥମେ ଝାରଗ୍ରାମ ଜିଲା ଓ ପରେ ପୁରୁଲିଆରେ ପ୍ରବେଶ କରିଥିଲା। ଏହାକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ବହୁ ପଦକ୍ଷେପ ନିଆଯାଇଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories