www.samajalive.in
Saturday, December 6, 2025
19.1 C
Bhubaneswar

ଇସ୍ରାଏଲ ଉପରେ ୟେମେନ ସେନାର ବଡ଼ ଆକ୍ରମଣ, ବିମାନ ଚଳାଚଳ ବାଧାପ୍ରାପ୍ତ

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରାଚ୍ୟରେ ଅଶାନ୍ତି ଜାରି ରହିଥିବାବେଳେ ୟେମେନ ସେନା ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଇସ୍ରାଏଲର ବିମାନବନ୍ଦର ଏବଂ ପାୱାର ଷ୍ଟେସନ ଉପରେ ମିଶାଇଲ ମାଡ କରିଛି ୟେମେନ ସେନା। ଅପରପକ୍ଷେ ଇସ୍ରାଏଲ ସେନା ଦାବି କରିଛି ଯେ, ୟେମେନ ସେନା ପକ୍ଷରୁ ନିକ୍ଷେପ କରାଯାଇଥିବା ମିଶାଇଲଗୁଡ଼ିକୁ ସେମାନେ ଗୁଳି କରି ଖସାଇ ଦେଇଛନ୍ତି।

ଇସ୍ରାଏଲ ସେନା କହିଛି ଯେ, ଇସ୍ରାଏଲ ଆକାଶ ସୀମାରେ ପ୍ରବେଶ କରିବା ପୂର୍ବରୁ ମିଶାଇଲଗୁଡ଼ିକୁ ନଷ୍ଟ କରିଦିଆଯାଇଛି। ଇସ୍ରାଏଲ୍ ସରକାରୀ ପ୍ରସାରଣକାରୀ KAN ଏକ ଭିଡିଓ ମଧ୍ୟ ଜାରି କରିଛି, ଯେଉଁଥିରେ ଜେରୁଜେଲମ୍ ନିକଟ ବେତ ଶେମେଶରେ ମିଶାଇଲଗୁଡ଼ିକର ଭଗ୍ନାବଶେଷ ଦେଖିବାକୁ ମିଳିଛି। କୁହାଯାଉଛି ଯେ, ଏହି ଆକ୍ରମଣ ପରେ ତେଲ ଅଭିଭର ବେନ୍ ଗୁରିଅନ୍ ବିମାନବନ୍ଦରରୁ ଉଡ଼ାଣ ଏବଂ ଅବତରଣ ସାମୟିକ ଭାବେ ବନ୍ଦ କରିଦିଆଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories