ରାଜ୍ୟପାଳଙ୍କୁ ଭେଟିବା ପାଇଁ କୁମାରସ୍ୱାମୀ ଲେଖିଲେ ଚିଠି

0

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠ ଦଳ ଭାବରେ ନିର୍ବାଚିତ ହୋଇଥିଲେ ମଧ୍ୟ ପରିବର୍ତ୍ତିତ ରାଜନୀତିରେ କଂଗ୍ରେସ ଓ ଜେଡିଏସ ସରକାର ଗଢିବାକୁ ମେଣ୍ଟ କରିଛନ୍ତି। ଏ ସମ୍ପର୍କରେ କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କଂଗ୍ରେସର ସମର୍ଥନ ପରେ ନିର୍ବାଚିତ ୨ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଏହି ମେଣ୍ଟକୁ ସମର୍ଥନ ଜଣାଇଛନ୍ତି। ଫଳରେ କଂଗ୍ରେସ ସମର୍ôଥତ ମେଣ୍ଟ ୧୧୬ଟି ଆସନରେ ପହଞ୍ଚିଛି। ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପରେ ସିଦ୍ଧରମନା ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ବିଜେପି ପାଖରେ ୧୦୪ଟି ନିଜସ୍ୱ ଆସନ ରହିଥିବାବେଳେ ଉକ୍ତ ଦଳ ସହ ଅନ୍ୟାନ୍ୟ ଦଳ ସମର୍ଥନର ହାତ ବଢାଇ ନାହାନ୍ତି। ଫଳରେ କଂଗ୍ରେସର ୭୮ ଓ ଜେଡିଏସର ୩୮ଟି ଆସନର ମେଣ୍ଟ ଆଗାମୀ ସରକାର ଗଢିବ ଏଭଳି ଆଶା କରାଯାଉଛି। ଅପରପକ୍ଷରେ ବିଜେପି ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ ରାଜ୍ୟପାଳ ବିଜେପିକୁ ସର୍ବପ୍ରଥମେ ସରକାର ଗଢିବାକୁ ଆମନ୍ତ୍ରଣ କରିବାର ସମ୍ଭାବନା ରହିଛି। ଏଭଳି ହେଲେ ରାତାରାତି କର୍ଣ୍ଣାଟକର ରାଜନୈତିକ ସମୀକରଣ ପୁଣି ଥରେ ବଦଳିବ ନାହିଁ ତ!

Leave A Reply