bjd gruha runa

ଯୋଗୀ ସରକାରଙ୍କୁ ସମାଲୋଚନା କଲେ କ୍ୟାବିନେଟ ମନ୍ତ୍ରୀ

BJD Bijuli 480×75 Mob
0

ନୂଆଦିଲ୍ଲୀ: ଉପ ନିର୍ବାଚନରେ ପରାଜୟର ସମୀକ୍ଷା ସମ୍ପୂର୍ଣ୍ଣ ହେବା ପୂର୍ବରୁ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ପୁଣି ଏକ ଶକ୍ତ ଧକ୍କା ଲାଗିଛି। ଖୋଦ୍ଙ୍ ଯୋଗୀଙ୍କ ମନ୍ତ୍ରିମଣ୍ଡଳର ଜଣେ ମନ୍ତ୍ରୀ ତାଙ୍କ ସରକାରର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି। ଅପରପକ୍ଷରେ ଯୋଗୀଙ୍କ ପରାଜୟର କାରଣ ରାଜ୍ୟର ମନ୍ଥର ବିକାଶ ବୋଲି ବିରୋଧୀ ଦାବୀ କରୁଥିବାବେଳେ ଏହି ସ୍ବରରେ ସ୍ବର ମିଳାଇଛନ୍ତି ଯୋଗୀଙ୍କ ମନ୍ତ୍ରିମଣ୍ଡଳର ଜଣେ ମନ୍ତ୍ରୀ। ୟୂପି ସରକାର​‌ରେ ସହଯୋଗୀ ଦଳ ଭାରତୀୟ ସମାଜ ପର୍ଟି ଅଧ୍ୟକ୍ଷ ତଥା ଯୋଗୀ କ୍ୟାବିନେଟ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର ନିଜ ସରକାର ଉପରେ ଉପରୋକ୍ତ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନର ସରକାର କେବଳ ମନ୍ଦିର ଉପରେ ଧ୍ୟାନ ଦେଉଥିବାବେଳେ ରାଜ୍ୟର ଗରୀବଙ୍କ ବିକାଶ ସମ୍ପର୍କରେ ଉଦାସୀନତା ଅବଲମ୍ବନ କରୁଛନ୍ତି। ଏପରିକି ଯେଉଁମାନଙ୍କ ଭୋଟ ବଳରେ ଯୋଗୀ ସରକାର ଗଢିଛନ୍ତି ସେମାନଙ୍କ ନିକଟରେ ମଧ୍ୟ ବିକାଶ ଅପହଞ୍ଚ ହୋଇ ପଡ଼ିଛି। ରାଜ୍ୟ ସରକାର ଗଣମାଧ୍ୟମରେ ଯେଉଁ ଡିଣ୍ଡିମ ପିଟୁଛନ୍ତି ବାସ୍ତବତାରେ ତାହା ଦୃଶ୍ୟମାନ ହେଉ ନାହିଁ ବୋଲି ମନ୍ତ୍ରୀ ଓମ୍ ପ୍ରକାଶ ଅଭିଯୋଗ କରିଛନ୍ତି। ଏପରିକି ଓମ୍ ପ୍ରକାଶ ଏନଡିଏରେ ସାମିଲ ଥିବାସହ ୩୨୫ଟି ଆସନର ଅହଙ୍କାରରେ ସରକାର ପାଗଳପ୍ରାୟ ହୋଇଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ଓମ୍ ପ୍ରକାଶଙ୍କ ଏଭଳି ମନ୍ତବ୍ୟର ଉତ୍ତର ରଖିଛି ୟୁପି ବିଜେପି। ଓମ୍ ପ୍ରକାଶ ଜଣେ ମନ୍ତ୍ରୀ ହୋଇଥିବାବେଳେ ତାଙ୍କ ଅଭିଯୋଗ ସେ କ୍ୟାବିନେଟରେ କରିବା ଉଚିତ ଥିଲା। ଜଣେ ମନ୍ତ୍ରୀ ହୋଇ କେଉଁ କଥା କେଉଁଠି କରିବାକୁ ପଡ଼େ ତାହା ଜାଣିବା ଓମ୍ ପ୍ରକାଶ ପ୍ରଥମେ ଶିଖିବା ଉଚିତ ବୋଲି ଯୋଗୀ କ୍ୟାବିନେଟରେ ଥିବା ସ୍ବସ୍ଥ୍ୟମନ୍ତ୍ରୀ ସିର୍ଦ୍ଧର୍ଥନାଥ ସିଂହ ପାଲଟା ଉତ୍ତର ରଖିଛନ୍ତି।

Leave A Reply