“ମୋ ମା’ ଅନ୍ୟମାନଙ୍କଠାରୁ ଅଧିକ ଭାରତୀୟ’ ରାହୁଳ ଗାନ୍ଧି
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି କର୍ଣ୍ଣାଟକ ପ୍ରଚାରର ଶେଷ ଦିନରେ ବେଙ୍ଗାଲୁରୁରେ ଏକ ସାମ୍ବାଦତକ ସମ୍ମିଳନୀରେ ଯୋଗ ଦେଇ ତାଙ୍କ ମା’ ତଥା ସୋନିଆ ଗାନ୍ଧି ଅନ୍ୟ କେତେକଙ୍କଠାରୁ ଅଧିକ ଭାରତୀୟ ବୋଲି ମନ୍ତବ୍ୟ ଦେଇଛନ୍ତି। ବିଚେପି ପକ୍ଷରୁ ସୋନିଆ ଗାନ୍ଧିଙ୍କୁ ଇଟାଲୀୟ ବୋଲି ଯେଉଁ ଆକ୍ଷେପ କରାଯାଉଛି ଏହାର ଉତ୍ତରରେ ରାହୁଳ ଏଭଳି ମନ୍ତବ୍ୟ ଦେଇଛନ୍ତି। ସୋନିଆ ଗାନ୍ଧି ଇଟାଲୀୟ ହୋଇଥିଲେ ମଧ୍ୟ ସେ ତାଙ୍କ ଜୀବନର ଅଧିକାଂଶ ସମୟ ଭାରତରେ ବିତାଇଛନ୍ତି। “ମୋ ମା’ ଦେଶ ପାଇଁ ବଳୀଦାନ ଦେଇଛନ୍ତି’, ଦେଶ ପାଇଁ ବହୁତ କିଛି ସହିଛନ୍ତି ମଧ୍ୟ। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋ ମା’ଙ୍କ ବିଷୟରେ କିଛି କହୁଥାନ୍ତି ତାହା ତାଙ୍କ ଚିନ୍ତାଧାରାର ସ୍ତର ବୋଲି ରାହୁଳ ଗାନ୍ଧି ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ଏହା ବ୍ୟତୀତ ରୋହିତ ବେମୁଲାଙ୍କ ମୃତ୍ୟୁ ଓ ଉନ୍ନାରେ ପଛୁଆ ବର୍ଗଙ୍କୁ ମାଡ଼ ମରାଗଲା ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତ୍ରିକ୍ରିୟା ପ୍ରକାଶ ପାଇ ନଥିଲା। କଂଗ୍ରେସ ପଛୁଆ ବର୍ଗଙ୍କ ପାଇଁ ସ୍ୱର ଉତ୍ତୋଳନ କରିବ। ଏହା ହିଁ କଂଗ୍ରେସର କାମ। ପ୍ରଧାନମନ୍ତ୍ରୀ ପଛୁଆ ବର୍ଗଙ୍କ ପାଇଁ କାହିଁକି କିଛି କରୁ ନାହାନ୍ତି? ବୋଲି ସାମ୍ବାଦିକ ସମ୍ମିଳନୀରେ ରାହୁଳ ପ୍ରଲଟା ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଭୁଲ ପଥରେ ପରିଚାଳିତ କରୁଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ଅଭିଯୋଗ କରିଥିଲେ। ସେହିପରି ରଫେଲ ଡିଲ ବିଜେପି ଓ ତା’ର ସହଯୋଗୀଙ୍କ ପାଇଁ ଏକ ଲାଭ ଦାୟକ ଡିଲ ଥିଲା ବୋଲି ରାହୁଳ ଅଭିଯୋଗ କରିବା ସହ ଏଥିରେ ବ୍ୟାପକ ଅନୀୟମିତତା ହୋଇଥିବା ଅଭିଯୋଗ କରିଥିଲେ। ଦେଶର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ବୁଲେଟ ଟ୍ରେନର କଥା କହୁଥିବା ବ୍ୟକ୍ତି ଦେଶର ଶିକ୍ଷା, ରୋଜଗାର ଓ ମହିଳାଙ୍କ ସୁରକ୍ଷା ପରି ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିବା ପ୍ରଚ୍ଛଦରେ ତାଙ୍କର କ’ଣ ଉଦ୍ଦେଶ୍ୟ ରହିଛି ବୋଲି ପ୍ରଶ୍ନ କରିଥିଲେ। ଏପରିକି ବିଜେପିର ପ୍ରଚାର ପତ୍ର କଂଗ୍ରେସ ପ୍ରଚାର ପତ୍ରରୁ ପ୍ରସଙ୍ଗ ଚୋରି କରିବା ଅଭିଯୋଗ ଆଣିଥିଲେ ରାହୁଳ। ଏପରିକି ରାହୁଳଙ୍କ ମନ୍ଦିର ଯିବା ଘଟଣାକୁ ମଧ୍ୟ ବିଜେପି ସମାଲୋଚନା କରୁଛି। ଦେଶବାସୀଙ୍କୁ ଆରଏସଏସ ବିଚାରଧାରାକୁ ବର୍ଜନ କରି କଂଗ୍ରେସର ବିଚାରଧାରାକୁ ଆପଣେଇବା ଉଚିତ ବୋଲି ରାହୁଲ ମତବ୍ୟକ୍ତ କରିଥିଲେ।