ପାଟଣା : ଜାତୀୟ ରାଜପଥ ଢେଙ୍କିକୋଟ – ପାଟଣା ରାସ୍ତାର ଢେଙ୍କିକୋଟ ବଜାର ଅଞ୍ଚଳରେ ରବିବାର ପୂର୍ବାହ୍ନରେ ଝିପଝିପ୍ ବର୍ଷା ସତ୍ତ୍ୱେ ରାସ୍ତାରେ ପିଚୁ କାମ କରାଯାଉଥିବା ଦେଖିବାକୁ ମିଳିଛି । ପୁରୁଣା ରାସ୍ତା ଉପରେ ଝାଡୁ ମାରି ଏଭଳି ବର୍ଷାରେ ପିଚୁ ଢଳାଯାଇ ରାସ୍ତା ତିଆରି କରାଯାଉଥିବାରୁ ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏଭଳି ବର୍ଷା ସମୟରେ ପିଚୁ ନକରି ଶୁଖିଲା ପାଗରେ ପିଚୁ କରିବାକୁ କିଛି ଲୋକ ଠିକା ସଂସ୍ଥା କୁ ପରାମର୍ଶ ଦେଇଥିଲେ ମଧ୍ୟ ଠିକା ସଂସ୍ଥା ଜନସାଧାରଣଙ୍କ ପରାମର୍ଶକୁ ଭୃକ୍ଷେପ ନକରି ପିଚୁ କାମ କରୁଥିବାରୁ ଏଠାରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
Popular Categories



