ଚାଷଜମିରେ ଓହ୍ଲାଇଲା ଯୋଗୀଙ୍କ ହେଲିକପ୍ଟର

0

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରକୁ ଶେଷରେ ଚାଷ ଜମିରେ ଓହ୍ଲାଇବାକୁ ପଡ଼ିଛି। ଏଥିପାଇଁ ଜିଲା ପ୍ରଶାସନର ଅବହେଳାକୁ ଦାୟୀ କରାଯାଉଛି। ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ହେଲିକପ୍ଟରରେ ୟୁପିର କାଂଶଗଞ୍ଜଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ୧୦ଟା ୪୯ରେ ସେଠାରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ହେଲିକପ୍ଟରକୁ ଦେଖିବା ପାଇଁ ସ୍ଥାନୀୟ ଲୋକେ ଉକ୍ତ ପଡ଼ିଆରେ ଏକତ୍ରିତ ହେବାରୁ ହେଲିକପ୍ଟରଟି ସେଠାରେ ଓହ୍ଲାଇବା ପରିବର୍ତ୍ତେ ଦୀର୍ଘ ସମୟ ଧରି ଆକାଶରେ ଘୁରି ବୁଲିଥିଲା। ସମ୍ପୃକ୍ତ ଅଞ୍ଚଳର ଏଡିଜି ଅଜୟ ଆନନ୍ଦ ଓ ଜିଲାପାଳ ଆର ପି ସିଂହ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ଭିଡ଼କୁ ନିୟନ୍ତ୍ରଣ କରିବାରେ ପୁଲିସ ବିଫଳ ହୋଇଥିଲା। ଶେଷରେ ବାଧ୍ୟ ହୋଇ ନିକଟରେ ଏକ ଚାଷ ଜମିରେ ହେଲିକପ୍ଟରକୁ ଓହ୍ଲାଇବାକୁ ପଡ଼ିଥିଲା।

Leave A Reply