କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ କିଡ଼ନୀ ପ୍ରତିରୋପଣ ସଫଳ

0

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ(୬୫)ଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ୧୪ମେରେ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କ କିଡ଼ନୀ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହୋଇଛି। କେନ୍ଦ୍ର ମନ୍ତ୍ରୀଙ୍କ କିଡନୀ କାମ କରୁନଥିବାରୁ ସେ ଦୀର୍ଘ ଏକ ମାସ ଧରି ଡାଇଲସିସ୍‍ରେ ଥିଲେ। ପୂର୍ବରୁ ମଧ୍ୟ ଶ୍ରୀ ଜେଟଲୀଙ୍କ କିଡ଼ନୀ ପ୍ରତିରୋପଣ ପାଇଁ ଉଦ୍ୟମ କରାଯାଇ ଥିଲା। ତେବେ ସେତେବେଳେ ତାଙ୍କୁ ଦାନ କରିଥିବା କିଡ଼ନୀ ମ୍ୟାଚ ନକରିବାରୁ ପୁଣି ଆଜି ପ୍ରତ୍ୟାବର୍ତ୍ତନ ପାଇଁ ତାରିଖ ଧାର୍ଯ୍ୟ କରାଯାଇ ଥିଲା। ଉଭୟ କେନ୍ଦ୍ର ମନ୍ତ୍ରୀ ଓ କିଡ଼ନୀ ଦାନ କରିଥିବା ବ୍ୟକ୍ତିଙ୍କ ସ୍ବସ୍ଥ୍ୟବସ୍ଥାରେ ଉନ୍ନତି ହେଉଛି ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply