କାଠୁଆ ସିବିଆଇ ଯାଞ୍ଚ ମାମଲା: ଉଚ୍ଚ ନ୍ୟାୟାଳୟରେ ଶୁଣାଣି ଘୁଞ୍ଚିଲା
ଶ୍ରୀନଗର: ଜମ୍ମୁ କାଠୁଆରେ ୮ବର୍ଷର ନାବାଳିକା ଗଣବଳାତ୍କାର ମାମଲାର ସିବିଆଇ ଯାଞ୍ଚ ମାମଲାର ଶୁଣାଣି ଉଚ୍ଚ ନ୍ୟାୟାଳୟ ଏକ ସପ୍ତାହ ପାଇଁ ଘୁଞ୍ଚାଇ ଦେଇଛି। ରାଜ୍ୟ ସରକାର ଏହି ମାମଲାରେ ନିଜ ପକ୍ଷ ରଖିବାକୁ ସମୟ ମାଗିବା ପରେ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏଭଳି ନିର୍ଦେଶ ଦିଆଯାଇଛି। ଆଇନଜୀବୀ ବିନୁ ଗୁପ୍ତାଙ୍କ ଦ୍ୱାରା ରୁଜୁ ହୋଇଥିବା ଏହି ମାମଲାରେ ପୀଡ଼ିତାଙ୍କ ପକ୍ଷରୁ ନିୟୋଜିତ ଓକିଲ ରାଜ୍ୟ ସରକାରଙ୍କ ଏଭଳି ଉଦାଶୀନତାକୁ ଆଲୋଚନା କରି ରାଜ୍ୟ ଏଭଳି ସ୍ପର୍ଷକାତର ଘଟଣାରେ ତ୍ୱରିତ ପଦକ୍ଷେପ ନେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ମହବୁବା ମୁଫତି ଘଟଣାରେ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ବୋଲି ଗଣମାଧ୍ୟମରେ ପ୍ରତ୍ରିକ୍ରିୟାକୁ ମଧ୍ୟ ଆଇନଜୀବୀ ଗୁପ୍ତା ସମାଲୋଚନା କରିଛନ୍ତି। ଅପରପକ୍ଷରେ ସୁପ୍ରିମ କୋର୍ଟରେ କାଠୁଆ ମାମଲାକୁ ସ୍ଥାନାନ୍ତର ପାଇଁ ହୋଇଥିବା ଆବେଦନରେ ସୁପ୍ରିମ କୋର୍ଟ ଉକ୍ତ ମାମଲାକୁ ପଠାନକୋର୍ଟ କୋର୍ଟକୁ ସ୍ଥାନାନ୍ତର ନିମନ୍ତେ ନିର୍ଦେଶ ଦେଇଛନ୍ତି।