ଓଜନ କମ୍ କରିବାକୁ ଚାହୁଁଛନ୍ତି କି? ନିୟମିତ ଖାଆନ୍ତୁ ଗୋଟିଏ ସେଓ

0

ନିୟମିତ ଭାବେ ଫଳ ଓ ପନିପରିବା ଖାଇବା ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ଭଲ। ବିଭିନ୍ନ ଫଳ ମଧ୍ୟରୁ ସେଓ ସପ୍ତାହକୁ ୨ରୁ ୩ଥର ଖାଇବା ସହ ଏହାର ରସ ପିଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ।

ସେଓରେ ଥିବା ଫାଇବର୍ ତତ୍ତ୍ବ ପେଟକୁ ଭରପୂର ରଖିଥାଏ। ବିଭିନ୍ନ ପ୍ରକାର ପୋଷକତତ୍ତ୍ବ ଥିବା ଏହି ଫଳ ଖାଇଲେ ଶକ୍ତି ମିଳିଥାଏ।

ଗର୍ଭବତୀ ଓ ପିଲାମାନେ ନିୟମିତ ସେଓ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ହିତକର।

prayash

ମଧୁମେହ ରୋଗୀ ସେଓ ଅଳ୍ପ ପରିମାଣରେ ଖାଇବା ଉଚିତ। ନଚେତ୍ ଏହା ସେମାନଙ୍କର ଶର୍କରା ବୃଦ୍ଧି କରେ।

ଆଣ୍ଟିଅକ୍ସିଡାଣ୍ଟ ଭରପୂର ସେଓ ଖାଇଲେ କର୍କଟ, ଅଲଜାଇମର ଆଦି ରୋଗରୁ ମୁକ୍ତି ମିଳେ।

ଏଇ ଫଳରେ ଥିବା ତତ୍ତ୍ବ ଭୋଜନ ପ୍ରକ୍ରିୟାକୁ ଉତ୍ତମ କରେ।

Leave A Reply