’ଏଏମ୍‍ୟୁରୁ ଜିନ୍ନାଙ୍କ ଫଟୋ କାଢି ଆଣିଲେ ୧ ଲକ୍ଷ ପୁରସ୍କାର’

0

ଲକ୍ଷ୍ନୌ : ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମ୍‍ୟୁ) ଛାତ୍ର ସଂସଦ କାର୍ଯ୍ୟାଳୟରେ ଲାଗିଥିବା ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଫଟୋକୁ କାଢି ଆଣିବା ଲୋକଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ଦେବେ ବୋଲି ବିଶ୍ୱ ହିନ୍ଦୁ ପର୍ସନାଲ ଲ’ ବୋର୍ଡର ପ୍ରଦେଶ ଅଧ୍ୟକ୍ଷ ଧର୍ମେନ୍ଦ୍ର ସିଂହ ପାୱାର ଘୋଷଣା କରିଛନ୍ତି। ଶୁକ୍ରବାର ଉତ୍ତରପ୍ରଦେଶରେ ଆୟୋଜିତ ପ୍ରଦେଶ କାର୍ଯ୍ୟକାରିଣୀ ବୈଠକରେ ଧର୍ମେନ୍ଦ୍ର କହିଥିଲେ ଯେ ହିନ୍ଦୁ ସମାଜକୁ ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି। ସଂସ୍କୃତି ଉପରେ କୁଠାରଘାତ ହେଉଛି ଓ ହିନ୍ଦୁଙ୍କ ଅଧିକାର ରକ୍ଷା ପାଇଁ କୌଣସି ବିକଳ୍ପ ନାହିଁ। ଏଥିପାଇଁ ଆଜି ହିନ୍ଦୁଙ୍କୁ ପର୍ସନାଲ ଲ’ ବୋର୍ଡର ଆବଶ୍ୟକତା ରହିଛି। ହିନ୍ଦୁଙ୍କ ଅଧିକାରର ରକ୍ଷା ପାଇଁ ବିଶ୍ୱ ହିନ୍ଦୁ ପର୍ସନାଲ ଲ’ ବୋର୍ଡର ଗଠନ କରାଯାଇଛି। ଦେଶର ହିନ୍ଦୁଙ୍କୁ ଏକ ମଞ୍ଚକୁ ଆଣିବା ଆମର ଲକ୍ଷ୍ୟ। ଜାତିଗତ ବନ୍ଧନରୁ ଉପରକୁ ଉଠି ହିନ୍ଦୁ ସମାଜ ଏକଜୁଟ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏହି ଅବସରରେ ସେ ଜିନ୍ନାଙ୍କ ଫଟୋ ବିବାଦ ସର୍ମ୍ପକରେ ନିଜର ମତ ରଖିଥିଲେ। ଏଏମ୍‍ୟୁରୁ ଏହି ଫଟୋକୁ ଯିଏ କାଢି ଆଣିବ ତାକୁ ସେ ଏକ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ।

Leave A Reply