www.samajalive.in
Monday, December 15, 2025
24.1 C
Bhubaneswar

ଜରିମାନା ଭରିଲେ ପୁଲିସ ବାବୁ

ସମ୍ବଲପୁର: ଆଇନ ସମସ୍ତଙ୍କ ପାଇଁ ସମାନ । ଆଇନର ନିୟମ ପାଳନ କରୁନଥିବା ଲୋକଙ୍କ ପାଇଁ ରହିଛି ସମାନ ଦଣ୍ଡ । ଏହି କଥାଟିକୁ ସତ ବୋଲି ପ୍ରମାଣ କରିଛନ୍ତି ଜଣେ ପୁଲିସ ବାବୁ । ବିନା ହେଲମେଟରେ ଗାଡି ଚଳାଉଥିବା ଚାଳକଙ୍କ ନାମରେ ଚାଲାଣ କାଟୁଥିବା ପୁଲିସଙ୍କୁ ଫାଇନ୍ ଦେବାକୁ ପଡିଛି । ହେଲମେଟ୍ ନ ପିନ୍ଧି ଗାଡି ଚଳାଉଥିବା ଜଣେ ପୁଲିସ ବାବୁଙ୍କୁ ୧୦୦ ଟଙ୍କା ଜରିମାନା ଗଣିବାକୁ ପଡିଛି ।

ସୂଚନାଯୋଗ୍ୟ,  ସମ୍ବଲପୁର ଅଇଁଠାପାଲି ଛକରେ ଶୁକ୍ରବାର ପୁଲିସ ପକ୍ଷରୁ କଡ଼ାକଡ଼ି ଭାବେ ହେଲମେଟ୍ ଯାଞ୍ଚ କରାଯାଉଥିଲା ।  ସେହିବାଟ ଦେଇ ହୀରାକୁଦରେ ସିକ୍ୟୁରିଟି ଦାୟିତ୍ୱରେ ଥିବା ଇନିସପେକ୍ଟର ଡି.ମିଞ୍ଜି ବିନା ହେଲମେଟରେ ବାଇକ ଚଳାଇ ଯାଉଥିଲେ । ଯାଞ୍ଚ କରୁଥିବା ପୁଳିସ ବାବୁମାନେ ନିଜ ଜାତିଭାଇଙ୍କୁ ଅନୁକମ୍ପା ଦେଖାଇ ଛାଡି ଦେଇଥିଲେ । କିନ୍ତୁ ଏହି କଥାଟିକୁ ସହଜରେ ହଜମ କରିପାରି ନଥିଲେ ବିନା ହେଲମେଟରେ ଗାଡି ଚଳାଇ ଫାଇନ୍ ଭରୁଥିବା ଅନ୍ୟ ଦୁଇ ଯୁବକ । ସାଙ୍ଗେ ସାଙ୍ଗେ ନିଜ ମୋବାଇଲ ଫୋନରେ ଏହି ଦୃଶ୍ୟକୁ ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ଏହି ଭିଡିଓଟି ପହଞ୍ଚିଥିଲା ଉପରିସ୍ଥ ଅଧିକାରୀଙ୍କ ନିକଟରେ । ଏହା ପରେ ଜିଲ୍ଲା ଏସପି ସଞ୍ଜୀବ ଅରୋରା ଇନିସପେକ୍ଟର ମିଞ୍ଜିଙ୍କ ଚାଲାଣ କାଟିବାକୁ ଟ୍ରାଫିକ୍ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଏସପିଙ୍କ ନିର୍ଦ୍ଦେଶ ଅନୁଯାୟୀ ଟ୍ରାଫିକ୍ ପୁଲିସ ମିଞ୍ଜିଙ୍କ ନାଁରେ ୧୦୦ ଟଙ୍କା ଚାଲାଣ କାଟିଥିଲେ । ଫଳରେ ବାଧ୍ୟ ହୋଇ ପୁଲିସ ବାବୁଙ୍କୁ ୧୦୦ ଟଙ୍କା ଜରିମାନା ଭରିବାକୁ ପଡିଛି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories