ସଫଳ ହେବ ସମିତାଭ

0

ଆଉ କିଛି ଦିନ ପରେ ବଲିଉଡ୍‌ ଫିଲ୍ମ ‘ସମିତାଭ’ର କାହାଣୀ ପଛରେ ଥିବା ଆଧାର ବାସ୍ତବ ରୂପ ନେବାକୁ ଯାଉଛି । ଆପଣ ଯାହା କହିବାକୁ ଯାଉଛନ୍ତି ତାହା ଆପେ ଆପେ ଶବ୍ଦଧ୍ୱନିରେ ରୂପାନ୍ତରିତ ହୋଇଯିବ । ଏଭଳି ଏକ ଜ୍ଞାନକୌଶଳ ଉଦ୍‌ଭାବନ କରିଛନ୍ତି ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ତଥା ମାସାଚୁସେଟ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଟେକ୍‌ନୋଲଜିର ଗବେଷକ ଅର୍ଣ୍ଣବ କପୁର । ‘ଏଲର୍ଟଇଗୋ’ ନାମକ ଏହି ଉପକରଣ ଜରିଆରେ କେବଳ ଯାହା ଜଣେ କହିବାକୁ ଯାଉଥିବେ ତାହା ହିଁ ଶବ୍ଦରେ ରୂପାନ୍ତରିତ ହୋଇପାରିବ । ଏହି ଉପକରଣ ବ୍ରେନ୍‌ ରିଡର ବା ମାଇଣ୍ଡ ରିଡର ନୁହେଁ ବୋଲି ବିଶ୍ୱବିଦ୍ୟାଳୟର ୱେବ୍‌ସାଇଟ୍‌ରେ ଉଲ୍ଳେଖ ରହିଛି । ତେଣୁ ଜଣେ ବ୍ୟକ୍ତିର ମନର ଭାବନା କିମ୍ବା ଚିନ୍ତାକୁ ଏହି ଉପକରଣ ଚୋରି କରି ନେଇପାରେ ବୋଲି ସୃଷ୍ଟ ଭାବନାକୁ ଖଣ୍ଡନ କରାଯାଇଛି । ଏହି ଉପକରଣରେ କାନ ଓ ଓଠ ଭିତରେ ସମ୍ପର୍କ ସ୍ଥାପନ କରିପାରୁଥିବା ଭଳି ଦୁଇଟି ଯନ୍ତ୍ରାଂଶ ଖଞ୍ଜାଯାଇଛି । ମୁଖର ପ୍ରମୁଖ କମ୍ପନ ସୃଷ୍ଟି କରୁଥିବା ୧୬ଟି ଅଂଶ ପାଇଁ ଏଥିରେ ୧୬ଟି ସେନ୍ସର ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରୁ କେବଳ ୪ଟି ସେନ୍ସର କାମ କରିବ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଆହୁରି ବିକଶିତ କରାଯିବ ବୋଲି ଶ୍ରୀ କପୁର ଓ ତାଙ୍କ ଟିମ୍‌ କହିଛନ୍ତି ।

Leave A Reply