ସଲମାନଙ୍କୁ ଜାମିନ; ତଥାପି ରହିଛି ଶଙ୍କା!
ନୂଆଦିଲ୍ଲୀ: ଯୋଧପୁର ସେସନ୍ସ କୋର୍ଟ ଅପରାହ୍ଣରେ ସିନେ ତାରକା ସଲମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୫୦ହଜାର ଟଙ୍କାର ଦୁଇ ବ୍ୟକ୍ତିଗତ ବେଲବଣ୍ଡ ବଦଳରେ ଏହି ଜାମିନ ପ୍ରଦାନ କରାଯାଇଛି। ସଲମାନଙ୍କୁ ଜାମିନ ମିଳିବା ପରେ ଏହାକୁ ନେଇ ସମଗ୍ର ଗଣମାଧ୍ୟରେ ଲାଗି ରହିଥିବା ଉତ୍କଣ୍ଠାର ଅବସାନ ଘଟିଛି। ଅପରପକ୍ଷରେ ସଲମାନଙ୍କୁ ଜାମିନ ପ୍ରଦାନକୁ ନେଇ ବିଷ୍ଣେ୍ାଇ ସମାଜ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଗୁହାରି କରିବ ବୋଲି ଘୋଷଣା କରାଯାଇଛି। ସଲମାନଙ୍କ ଜାମିନକୁ ଖାରଜ କରିବାକୁ ଏହି ସମାଜ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହେବେ।