www.samajalive.in
Sunday, December 7, 2025
26.1 C
Bhubaneswar

ଖାଦ୍ୟ ସଙ୍କଟ; ୨୦୦ ହାତୀଙ୍କୁ ଦିଆଯିବ ବଳି, ଜାଣନ୍ତୁ କାହିଁକି ଏମିତି କରିବ ଜିମ୍ବାୱେ

ସମାଜ ଡିଜିଟାଲ ଡେସ୍କ: ଆଫ୍ରିକୀୟ ଦେଶରେ ବର୍ତ୍ତମାନ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକଙ୍କ ଭୋକ ମେଣ୍ଟାଇବାକୁ ଖାଦ୍ୟ ନାହିଁ। ଏଭଳି ସଙ୍କଟ ସମୟରେ ସେଠାକାର ସରକାର ଲୋକଙ୍କ ଭୋକ ମେଣ୍ଟାଇବାକୁ ପଶୁଙ୍କ ବଳି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ନାମିବିୟା ସରକାର ଏହି ନିର୍ଦ୍ଦେଶ ଦେବା ପରେ ଏବେ ଆଉ ଗୋଟେ ଦେଶ ୨୦୦ ହାତୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତୁ ଜାଣିବା କଣ ରହିଛି ପୁରା ଘଟଣା…

ଆଫ୍ରିକୀୟ ଦେଶରେ ଦଶନ୍ଧି ମଧ୍ୟରେ ସବୁଠାରୁ ଭୟଙ୍କର ମରୁଡି ଯୋଗୁଁଁ ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରଥମେ ନାମିବିୟା ସରକାର ପଶୁଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ। କାରଣ ପଶୁଙ୍କ ମାଂସକୁ ଲୋକଙ୍କ ମଧ୍ୟରେ ବାଣ୍ଟି ସେମାନଙ୍କ ଭୋକ ମେଣ୍ଟାଇବାକୁ ଏଭଳି କରାଯାଇଛି। ସେହିପରି ଜିମ୍ବାୱେରେ ମରୁଡି ସ୍ଥିତି ଅଧିକ ସଙ୍କଟ ହେବା କାରଣରୁ ଲୋକଙ୍କ ପାଖରେ ଖାଦ୍ୟ ନାହିଁ। ଜିମ୍ବାୱେରେ ଥିବା ମୋଟ ଜନସଂଖ୍ୟାରୁ ଅଧା ଜନସଂଖ୍ୟା ବର୍ତ୍ତମାନ ଭୋକରେ ଆଉଟୁପାଉଟୁ ହେଉଥିବା ଜଣାପଡ଼ିଛି। ଏଥିପାଇଁ ଏଠାକାର ସରକାର ୨୦୦ ହାତୀଙ୍କୁ ବଳି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦେଶରେ ହାତୀଙ୍କ ସଂଖ୍ୟା ଅଧିକ ରହିଛି। ବର୍ତ୍ତମାନ ଜିମ୍ବାୱେରେ ୮୪ହଜାରରୁ ଅଧିକ ହାତୀ ଥିବା ଜଣାପଡ଼ିଛି। କିନ୍ତୁ ଏଠାରେ ୪୫ହଜାର ହାତୀ ରହିବା ଭଳି କ୍ଷମତା ରହିଛି। ଅଧିକ ହାତୀ ସଂଖ୍ୟା ହେବା କାରଣରୁ ହାତୀସବୁ ଜନବସତିରେ ପଶି ଖାଦ୍ୟ ଖାଉଛନ୍ତି ଏବଂ ଧନଜୀବନ ନଷ୍ଟ କରୁଛନ୍ତି।

- Advertisement -

ଜିମ୍ବାୱେରେ ହାତୀ ସଂଖ୍ୟା ବିଶ୍ୱରେ ଦ୍ୱିତୀୟ ବୃହତ୍ତମ। ଜିମ୍ବାୱେକୁ ଅନ୍ୟ ରାଷ୍ଟ୍ର କେହି ସହାୟତା କରୁନଥିବାରୁ ଲୋକଙ୍କ କ୍ଷୁଧା ମେଣ୍ଟାଇବାକୁ ଦୁଇ ଶହ ହାତୀଙ୍କୁ ହତ୍ୟା କରାଯିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ହାତୀଙ୍କ ମାଂସକୁ ପ୍ୟାକେଟ ଆକାରରେ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯିବ। ସେପଟେ କିଛି ଆଫ୍ରିକୀୟ ଲୋକମାନେ କହିଛନ୍ତି ଯେ ଭୋକ ମେଣ୍ଟାଇବାକୁ ଜିମ୍ବାୱେ ସରକାର ଅନ୍ୟ କିଛି ଉପାୟ ଚିନ୍ତା କରିବା ଜରୁରୀ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories