ରାଷ୍ଟ୍ର ଗଠନରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ୟୁଥ ଫର ନେସନର ଜାତୀୟ କାର୍ୟ୍ୟକାରିଣୀ ବୈଠକ

ଭୁବନେଶ୍ୱର : ଯୁବପିଢ଼ି ହେଉଛନ୍ତି ଆମ ଦେଶର ଭବିଷ୍ୟତ। ରାଷ୍ଟ୍ର ଗଠନରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଯୁବପିଢ଼ିଙ୍କ ଉଜ୍ବଳ ଭବିଷ୍ୟତ ଓ ଅଭିବୃଦ୍ଧି ପାଇଁ ଅନୁକୂଳ ପରିବେଶ ନିର୍ମାଣ ଜରୁରୀ। ଦେଶର ବିକାଶ କ୍ଷେତ୍ରରେ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ ନିମେନ୍ତ ଭିତ୍ତିଭୂମି ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ଉନ୍ମୋଚନ ଓ ଦକ୍ଷତା ବୃଦ୍ଧି ଆଭିମୁଖ୍ୟ ନେଇ ‘ୟୁଥ ଫର ନେସନ’ ଅଙ୍ଗିକାରବଦ୍ଧ। ଏହି ପରିପ୍ରେକ୍ଷୀରେ ‘ୟୁଥ ଫର ନେସନ’ର ଦୁଇଦିନିଆ ଜାତୀୟ କର୍ମଶାଳା ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥି, ଖଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ୟୁଥ ଫର ନେସନର ପ୍ରତିଷ୍ଠାତା ଡ. ମହେଶ ଶର୍ମା, ଜାତୀୟ ଉପ ସଚିବ ଡ. ଚିଦାତ୍ମିକା ଖଟୁଆ, ୟୁକେରୁ ଆନ୍ତର୍ଜାତୀୟ ସଂଯୋଜକ ଡ. ପରିନ୍ ସୋମାନୀ, ଜାତୀୟ ପ୍ରମୁଖ ପରାମର୍ଶଦାତା ଜୟଶ୍ରୀ ମହାନ୍ତି, ଉପସଭାପତି ମାନବେନ୍ଦ୍ର ଶର୍ମା, ଓ କେନିୟାରୁ ଡ.ସୋମଭିର ସିଂ ପ୍ରମୁଖ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ୨୦ଟି ରାଜ୍ୟରୁ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇବା ଏହି ଦୁଇ ଦିନିଆ କର୍ମଶାଳାରେ ଯୁବ ସଶକ୍ତିକରଣ ଓ ନାରୀ ସଶକ୍ତିକରଣ ଉପରେ ବିଭିନ୍ନ ଆଲୋଚନା କରାଯାଇଥିଲା। ୟୁଥ ଫର ନେସନର ରାଜ୍ୟ କର୍ମକର୍ତ୍ତା ଶ୍ରୀମତୀ ମମତା ବାଜପେୟୀ, ରାଜ୍ୟ ଅଧ୍ୟକ୍ଷ ସବିତା ସ୍ୱାଇଁ, ଜାତୀୟ ସଚିବ ଡ.ରଜନୀକାନ୍ତ ମିଶ୍ର ପ୍ରମୁଖ କାର୍ୟ୍ୟକ୍ରମ ସମ୍ପାଦନ କରିଥିଲେ।

ୟୁଥ ଫର ନେସନ ବର୍ତ୍ତମାନ ୪୧ଟି ଦେଶରେ କାର୍ୟ୍ୟକରିବା ସହ ୪ ଲକ୍ଷରୁ ଉର୍ଦ୍ଧ୍ୱ ସଦସ୍ୟଙ୍କ ସହ ସାରା ବିଶ୍ୱକୁ ପରିବ୍ୟାପ୍ତ ହୋଇଛି। ଏହି ଅବସରରେ ବାଚସ୍ପତି ୟୁଥ ଫର ନେସନର ୱେବସାଇଟ୍ ଓ ପୋଷ୍ଟର ଉନ୍ମୋଚନ କରିଥିଲେ। ୟୁଥ ଫର ନେସନ ଆଗାମୀ ଦିନରେ ବହୁ ବିକାଶମୁଖି କାର୍ୟ୍ୟକ୍ରମମାନ ହାତକୁ ନେବା ସହ ଆଗାମୀ ୨ ବର୍ଷ ଭିତରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ସଦସ୍ୟଙ୍କୁ ନିଜ ସହ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖିଛି।

Comments are closed.