ଆଜି ବିଶ୍ବ ହସ୍ତୀ ଦିବସ : ୮ ମାସରେ ୫୭ ମଣିଷ ଓ ୨୪ ହାତୀ ମୃତ

ଭୁବନେଶ୍ୱର (ପ୍ରତାପ ଚନ୍ଦ୍ର ପ୍ରଧାନ) : ଦ୍ରୁତ ସହରୀକରଣ ଓ ଜଙ୍ଗଲ କ୍ଷୟ ବନ୍ୟଜନ୍ତୁଙ୍କୁ ଜନବସତି ମୁହାଁ କରୁଛି। ବିେଶଷକରି ଖାଦ୍ୟ ଅନ୍ବେଷଣରେ ହାତୀ ଜନବସତି ମୁହାଁ ହେଉଛି। ଫଳରେ ହାତୀ-ମଣିଷ ଲଢ଼େଇ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ୨୦୨୨-୨୩ ବର୍ଷରେ ୧୪୬ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୬୯ଜଣଙ୍କ ମୃତ୍ୟୁ ଘଟିଛି। ହାତୀ ଆକ୍ରମଣଜନିତ ମୃତ୍ୟୁ ହାର କମ୍‌ କରିବା ସହ ହାତୀ ମୃତ୍ୟୁ ରୋକିବା ଲାଗି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବନ୍ୟପ୍ରାଣୀ ବିଭାଗ ଅଧିକାରୀ ବାହାର ରାଜ୍ୟର ବିେଶଷଜ୍ଞଙ୍କ ପରାମର୍ଶ ନେଉଥିଲେ ମଧ୍ୟ ହାତୀ-ମଣିଷ ଲଢ଼େଇ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଅଗଷ୍ଟ ୯ ସୁଦ୍ଧା ରାଜ୍ୟରେ ୨୪ଟି ହାତୀଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି। ଏହାମଧ୍ୟରୁ ୪ଟି ହାତୀ ଶିକାର ପାଇଁ ହତ୍ୟା କରାଯାଇଥିଲା ବେଳେ ବିଦ୍ୟୁତ୍‌ ଆଘାତରେ ୧ ଓ ରେଳ ଧକ୍କାରେ ୪ ହାତୀର ମୃତ୍ୟୁ ଘଟିଥିଲା। ବୟସାଧିକ, ରୋଗାକ୍ରାନ୍ତ, ଖୋଲା କୂଅ ଆଦିରେ ପଡ଼ି ୧୨ଟି ହାତୀର ମୃତ୍ୟୁ ଘଟିଛି। ନିକଟରେ ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ଦୁଇ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ବିଭାଗୀୟ ଅଧିକାରୀଙ୍କ ଚେତା ପଶିଥିଲା। ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଶିକାରୀ ଦମନ ପାଇଁ ମିଳିତ ବାହିନୀ (ଜଏଣ୍ଟ ଟାସ୍କ ଫୋର୍ସ) ଗଠନ କରାଯାଇଥିଲା। ମିଳିତ ବାହିନୀର କାର୍ଯ୍ୟାନୁଷ୍ଠାନ ଫଳରେ ଶିମିଳିପାଳରେ ପଶୁ ଶିକାର କମିଥିଲା ବେଳେ ଏହି ବ୍ୟବସ୍ଥା ରାଜ୍ୟର ଅନ୍ୟ ଜଙ୍ଗଲରେ ଲାଗୁ କରିବାକୁ ପଶୁପ୍ରେମୀ ଦାବି କରିଛନ୍ତି। ବିେଶଷକରି ହାତୀ ଚଳପ୍ରଚଳ ଅଞ୍ଚଳ ଓ ଅଧିକ ଶିକାର ହେଉଥିବା ଅଞ୍ଚଳକୁ ଗୁରୁତ୍ବ ଦେବାକୁ ଦାବି କରିଛନ୍ତି ।
େକନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ରେ ପ୍ରଦତ୍ତ ତଥ୍ୟ ଅନୁସାରେ ୨୦୧୯ରୁ ୨୦୨୨ ମଧ୍ୟରେ େଦଶରେ ହାତୀ ଆକ୍ରମଣରେ ମୋଟ ୧୫୭୯ଜଣଙ୍କ ମୃତ୍ୟୁ ଘଟିଥିଲା। ଓଡ଼ିଶାରେ ଏହି ସଂଖ୍ୟା ୩୫୩ ଥିଲା, ଯାହାକି େଦଶରେ ସର୍ବାଧିକ। ଓଡ଼ିଶା ପଛକୁ ଝାଡ଼ଖଣ୍ଡରେ ୨୯୧, ପଶ୍ଚିମବଙ୍ଗ ୨୪୦, ଆସାମ ୨୨୯, ଛତିଶଗଡ଼ ୧୮୩ ଓ ତାମିଲନାଡୁରେ ୧୫୨ଜଣଙ୍କ ମୃତ୍ୟୁ ଘଟିଥିଲା। ତଥ୍ୟ ଅନୁସାରେ ଗତ ୧୦ବର୍ଷ ମଧ୍ୟରେ ବର୍ଷର ପ୍ରଥମ ତିନିମାସରେ ଲୋକଙ୍କ ମୃତ୍ୟୁହାର ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା ବେଳେ ହାତୀ-ମଣିଷ ଲଢ଼େଇ ୨୬ପ୍ରତିଶତ ବଢ଼ିଛି। ଗତ ୪ବର୍ଷ େହବ ମୃତ୍ୟୁସଂଖ୍ୟା ଶତକ ପାର କରିଛି। ୨୦୧୯-୨୦ରେ ଏହି ସଂଖ୍ୟା ୧୧୫ ଥିଲା ବେଳେ ୨୦-୨୧ରେ ୧୦୬କୁ ଖସି ଆସିଥିଲା। ୨୦୨୧-୨୨ରେ ୧୦୯ ଥିଲାବେଳେ ୨୦୨୨-୨୩ରେ ମୃତ୍ୟୁସଂଖ୍ୟା ୧୪୬କୁ ଛୁଇଁଥିଲା। ୨୦୨୩-୨୪ ବର୍ଷର ଅଗଷ୍ଟ ୯ ସୁଦ୍ଧା ଏହି ସଂଖ୍ୟା ୬୯ ରହିଛି। ଅପରପକ୍ଷରେ ଗତ ୬ବର୍ଷ ହେବ ହାତୀ ଗଣନା ହୋଇ ନ ଥିବାରୁ ଏମାନଙ୍କ ପ୍ରକୃତ ସଂଖ୍ୟା ଜାଣିବା ସମ୍ଭବ ହେଉନାହିଁ। ହାତୀ-ମଣିଷ ଲଢ଼େଇ ରୋକିବା ତଥା ଏମାନଙ୍କ ଜୀବନ ରକ୍ଷା ଲାଗି ରାଜ୍ୟ ସରକାର ବିଭିନ୍ନ େଯାଜନା ଆପଣେଇଛନ୍ତି। ଜଙ୍ଗଲର ଶେଷ ଭାଗ ଓ ଜନବସତି ଆରମ୍ଭ ହେଉଥିବା ସ୍ଥାନରେ ହାତୀଙ୍କ ଖାଦ୍ୟ ପାଇଁ ବିଭିନ୍ନ ଗଛ ଲଗାଇବା ପ୍ରସ୍ତାବ ଦିଆଯାଇଥିଲାବେଳେ କେତେକ ସ୍ଥାନରେ ଗ୍ରାମବାସୀଙ୍କ ଦ୍ବାରା ମହୁଚାଷ ଆରମ୍ଭ କରିବା ଯୋଜନା ରହିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ।
ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ସେମାନଙ୍କ ଦେହରେ ରେଡିଓ କୋଲାର ଲଗାଯିବ। ଏ ନେଇ ଏସିଆନ ନେଚର କଞ୍ଜରଭେସନ ଫାଉଣ୍ଡେସନ ଓ ପଦାର୍ଥ ବିଜ୍ଞାନ ଅନୁଷ୍ଠାନ ସହ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ବାକ୍ଷରିତ ହୋଇଛି। ବିଭାଗୀୟ ସୂତ୍ର ଅନୁସାରେ ଏହି ବ୍ୟବସ୍ଥା କର୍ଣ୍ଣାଟକ ଏବଂ ତାମିଲନାଡୁରେ ସଫଳ ହୋଇଛି। ଓଡ଼ିଶାରେ ଅକ୍ଟୋବର ସୁଦ୍ଧା ଏକ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ ହେବ। ଏହି ଯୋଜନାରେ ପ୍ରଥମେ ଢେଙ୍କାନାଳ କିମ୍ବା ଅନୁେଗାଳ ଜଙ୍ଗଲରେ ଥିବା ୩ଟି ହାତୀ ଦେହରେ ଲଗାଯିବ। ଏଥିରେ ସଫଳ ହେଲେ ଅନ୍ୟ ସ୍ଥାନରେ ହାତୀଙ୍କ ଦେହରେ ଲଗାଯିବ। ଏଠାରେ ସୂଚନାେଯାଗ୍ୟ ଯେଏହି ଯୋଜନା ପ୍ରଥମେ ୨୦୨୧ରେ ଆରମ୍ଭ ହୋଇଥିଲା। ଚନ୍ଦକା ହାତୀ ଅଭୟାରଣ୍ୟର ୩ ଓ ଶିମିଳିପାଳର ୪ଟି ହାତୀ ଦେହରେ ରେଡିଓ କୋଲାର ଲଗାଇବାଯୋଜନା ହୋଇଥିଲା। ମାତ୍ର ସେତେବେଳେ ଏହିଯୋଜନା ବିଫଳ ହୋଇଥିଲା। କୋଭିଡ ଯାଗୁ ଯୋଜନା କାର୍ଯ୍ୟକାରୀ କରାଯାଇ ପାରି ନ ଥିଲା ବୋଲି ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ କହିଥିଲେ।
ହାତୀଙ୍କ ଚଳପ୍ରଚଳ ସମ୍ପର୍କରେ ସୂଚନା ପାଇବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଉଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଭୂମିକା ଗୁରୁତ୍ବ ବହନ କରୁଛି। ହାତୀଙ୍କ ଗତିବିଧି ଓ ଶିକାରୀଙ୍କ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ସୂଚନା େଦବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ଲାଗି ଗଜସାଥୀଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି େଯାଜନାରେ ଜଙ୍ଗଲ ନିକଟବର୍ତ୍ତୀ ପ୍ରତ୍ୟେକ ଗ୍ରାମର ୫ଜଣ ଯୁବକଙ୍କୁ ଗଜସାଥୀ ଭାବେ ନିଯୁକ୍ତ କରାଯାଇଛି। ଏପର୍ଯ୍ୟନ୍ତ ୧୨ହଜାର ଗ୍ରାମରେ ଗଜସାଥୀଙ୍କୁ ନିଯୁକ୍ତି ଦିଆଯାଇଛି। ମୋଟ ୨ ହଜାର ଗ୍ରାମକୁ ଏହି ଯୋଜନାରେ ସାମିଲ କରାଯିବା ପାଇଁ ଲକ୍ଷ୍ୟ ରହିଛି।

Comments are closed.