ବିଶ୍ବକପ: ୮ ୱିକେଟରେ ଶ୍ରୀଲଙ୍କା ବିଜୟୀ, ନିଶଙ୍କା ଓ ସଦିରା ହାସଲ କଲେ ଅର୍ଦ୍ଧ ଶତକ
ବିଶ୍ବ ଚାମ୍ପିଅନ ଇଂଲଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ
ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଆଜିର ମ୍ୟାଚରେ ଶକ୍ତିଶାଳୀ ଇଂଲଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି ଶ୍ରୀଲଙ୍କା। ଇଂଲଣ୍ଡ ଦେଇଥିବା ୧୫୭ ରନ ଟାର୍ଗେଟକୁ ଶ୍ରୀଲଙ୍କା ମାତ୍ର ୨୫.୪ ତମ ଓଭରରେ ୨ ୱିକେଟ ବିନିମୟରେ ୧୬୦ ରନ ସ୍କୋର ସହ ବିଜୟ ହାସଲ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ପଥୁମ ନିଶଙ୍କା ୭୭ ରନ କରିଥିବାବେଳେ ସଦିରା ସମରବିକ୍ରମା ୬୫ ରନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଆଜି ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏକ ବଡ଼ ସ୍କୋର କରିବାକୁ ଲକ୍ଷ୍ୟ ରଖିଥିବା ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇଂଲଣ୍ଡର ବେନ ଷ୍ଟୋକ୍ସ ୪୩ ରନ କରିଥବାବେଳେ ଡାୱିଡ୍ ମଲାନ ୨୮ ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ବେଶୀ ସମୟ ରହିପାରିନଥିଲେ । ଫଳରେ ଇଂଲଣ୍ଡ ୩୩.୨ ଓଭରରେ ମାତ୍ର ୧୫୬ ରନ ସ୍କୋର କରି ଅଲଆଉଟ ହୋଇଯାଇଥିଲା। ୧୫୭ ରନ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଶ୍ରୀଲଙ୍କା ୨୫.୪ ତମ ଓଭରରେ ୨ ୱିକେଟ ବିନିମୟରେ ୧୬୦ ରନ ସ୍କୋର ସହ ବିଜୟୀ ହୋଇଥିଲା। ଏହାସହିତ ବିଶ୍ବକପ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଶ୍ରୀଲଙ୍କା ଉନ୍ନୀତ ହୋଇଛି।
Comments are closed.