www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ବ ବ୍ୟାଙ୍କ ସହାୟତାରେ ହେବ ରାଜ୍ୟ ଦକ୍ଷତା ଏବଂ ସ୍ଥିର ଅଭିବୃଦ୍ଧି ପ୍ରକଳ୍ପ

ଭୁବନେଶ୍ବର: ଓଡ଼ିଶା ଏକ ବିପର୍ଯ୍ୟୟପ୍ରବଣ ରାଜ୍ୟ। ଗତ ୧୧ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୧୬ଟି ବିପର୍ଯ୍ୟୟ ବିପର୍ଯ୍ୟୟ ସଂଘଟିତ ହୋଇଛି। ଆଗାମୀ ଦିନରେ ପାଣିପାଗ ସୂଚନା କିଭଳି ତ୍ବରିତ ମିଳିବ ଏବଂ ଲୋକେ ସଚେତନ ହେବା ସହିତ ଧନଜୀବନ ସୁରକ୍ଷା ହୋଇପାରିବ ତା’ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ବିଶ୍ବ ବ୍ୟାଙ୍କ ସହାୟତାରେ କିଭଳି ବନ୍ୟାର ପ୍ରାକ୍ ସୂଚନା ମିଳିବା ସହିତ ବିପର୍ଯ୍ୟୟ, ଜଳ ଓ ଶକ୍ତିର ଭିିତ୍ତିଭୂମି ସୁଦୃଢ଼ ହୋଇପାରିବ ସେନେଇ ଉନ୍ନୟନ ଆୟୁକ୍ତ ପ୍ରଦୀପ ଜେନା ଗୁରୁତ୍ବାରୋପ କରିଛନ୍ତି। ଶ୍ରୀ ଜେନା ନିକଟରେ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି ଯେ ବିଶ୍ବ ବ୍ୟାଙ୍କ ସହାୟତାରେ ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ସାମର୍ଥ୍ୟ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି।
ରାଜ୍ୟରେ ବିଶ୍ବ ବ୍ୟାଙ୍କ ସହାୟତାରେ ‘ରାଜ୍ୟ ଦକ୍ଷତା ଏବଂ ସ୍ଥିର ଅଭିବୃଦ୍ଧି’ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବ। ଓଡ଼ିଶା ସରକାର ଏବଂ ବିଶ୍ବ ମିଳିତ ସହଯୋଗରେ ତିନୋଟି କ୍ଷେତ୍ର ଚିହ୍ନଟ କରାଯାଇଛି । ସେଥିରେ ସାମାଜିକ ସୁରକ୍ଷାକୁ ମଜଭୁତ କରିବା ସହିତ ପରିସଂଖ୍ୟାନ ବ୍ୟବସ୍ଥା ସୁଦୃଢ଼ କରିବା ଏବଂ ସ୍ଥାୟୀ ଓଡ଼ିଶା ନିର୍ମାଣର ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପ ଉପରେ ନଜର ରଖିବା ପାଇଁ ଅର୍ଥ ବିଭାଗ ଅଧୀନରେ ଏକ ରାଜ୍ୟସ୍ତରୀୟ ପ୍ରକଳ୍ପ ପରିଚାଳନା ୟୁନିଟ୍ ପ୍ରତିଷ୍ଠା କରାଯିବ।

ଜଳବାୟୁ ଏବଂ ବିପର୍ଯ୍ୟୟ ସମ୍ବନ୍ଧୀୟ ବିପଦକୁ ହ୍ରାସ କରିବା ଏବଂ ଉପଯୁକ୍ତ ସକ୍ରିୟ ତଥା ପ୍ରତିକ୍ରିୟାଶୀଳ କ୍ଷମତା ବିଶିଷ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଏହାର ମୌଳିକ ଉଦ୍ଦେଶ୍ୟ । ସ୍ଥାୟୀ ଓଡ଼ିଶା ନିର୍ମାଣ ଉପାଦାନର ‘ଓସ୍‌ଡମା’ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ। ରାଜ୍ୟର ବନ୍ୟା ପରିସ୍ଥିତି ପୂର୍ବାନୁମାନ ପ୍ରଣାଳୀକୁ ମଜଭୁତ କରିବାରେ ଏହା ସହାୟକ ହେବ। ପ୍ରାରମ୍ଭରେ ଦୁଇଟି ଆନ୍ତଃ ରାଜ୍ୟ ନଦୀ ପ୍ରଣାଳୀର ହାଇଡ୍ରୋଲୋଜିକାଲ୍ ପ୍ରୋଫାଇଲ୍ ଉପରେ ଅଧ୍ୟୟନ (ବୈତରଣୀ ଏବଂ ବୁଢାବଳଙ୍ଗ) ନଦୀ ଗେଜ୍ ସିଷ୍ଟମ ନିର୍ଣ୍ଣୟ, ବିଭାଗ ପ୍ରୋଫାଇଲ ଅଧ୍ୟୟନ ଇତ୍ୟାଦି କରାଯିବ। ଅଧ୍ୟୟନର ଫଳାଫଳକୁ ଆଧାର କରି ଟେଲିମେଟ୍ରିକ୍ ଆଧାରିତ ନଦୀ ଗେଜ୍ ବ୍ୟବସ୍ଥା ପ୍ରକଳ୍ପ ଅଧୀନରେ କରାଯିବା ଆବଶ୍ୟକତା ରହିଛି। ଏହି ପ୍ରକଳ୍ପ କିଭଳି ସଫଳ ଭାବେ ରୂପାୟନ ହୋଇପାରିବ ତା’ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ଜେନା ଦର୍ଶାଇଛନ୍ତି।
ଉନ୍ନୟନ ଆୟୁକ୍ତଙ୍କ ଏହି ନିର୍ଦେଶନାମାକୁ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories