www.samajalive.in
Saturday, December 6, 2025
14.1 C
Bhubaneswar

ନିୟମଗିରି ପାହାଡରେ ସିଆରପିଏଫର ଜନସମ୍ପର୍କ ମେଳା

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ସି ଆର ପି ଏଫ କ୍ୟାମ୍ପ ଇ/୪ର୍ଥ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ସେକ୍ଟର ଭୁବନେଶ୍ୱରର ପୁଲିସ ମହାନିରୀକ୍ଷକ (ଆଇଜି) ସଂଗ୍ରାମ କେଶରୀ ମହାନ୍ତିଙ୍କ ନିର୍ଦ୍ଦେଶ  କ୍ରମେ ରାୟଗଡା  ସି ଆର ପି ଏଫ ୪ର୍ଥ ବାଟାଲିୟନ କମାଣ୍ଡେଣ୍ଟ ମୋନଜ କୁମାର ୟାଦବ ଯୋଗଦେଇ ଜନସମ୍ପର୍କ ମେଳାକୁ ଉଦଘାଟନ କରିଥିଲେ ।
କେନ୍ଦ୍ର ସରକାର ଗରିବ ଶ୍ରେଣୀର ଲୋକଙ୍କୁ ସହାୟତା ପାଇଁ ନିୟମଗିରି ପାହାଡରେ ଅବସ୍ଥିତ ୧୮ ଖଣ୍ଡ ଗାଁ ର ଡଙ୍ଗରିଆ କନ୍ଦ ମାନଙ୍କୁ  ସି ଆର ପି ଏଫ ପକ୍ଷରୁ ୯୦ ଟି ରେଡ଼ିଓ,୩୫ଟି ଜଳ ବିଶୋଧକ କରି ଆସିଥିବା ପ୍ରାୟ ୧୨୫ ମହିଳା ପୁରୁଷ ଲୋକଙ୍କୁ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଉକ୍ତ ଅଞ୍ଚଳର ଲୋକମାନେ ଯବାନଙ୍କୁ ଭୟ ନ କରି ତାଙ୍କ ସହିତ କିପରି ସୁସମ୍ପର୍କ ରଖିବେ ସେ ବିଷୟରେ ଅତିଥି ମାନେ ମତ ଦେଇଥିଲେ । ଏଥିରେ ରାୟଗଡା  ସି ଆର ପି ଏଫ୪ର୍ଥ ବାଟାଲିୟନର ଦ୍ୱିତୀୟ କମାଣ୍ଡେଣ୍ଟ  ଅଧିକାରୀ ସୁଶୀଲ କୁମାର ଠାକୁର,  ସ୍ଥାନୀୟ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ବି କ୍ରିଷ୍ଣା ରାଓ, ବିଡ଼ିଓ ସୁଧାକର ରଇତ, ତହସିଲଦାର ଦେବାଶିଷ କର, ନୂତନ ଜିଲାପରିଷଦ ସଭ୍ୟ ବି ୱାରା ପ୍ରସାଦ ରାଓ, ନୂତନ ସରପଞ୍ଚ ବାର୍ଲି  ଗୌତମ ଅତିଥି ଭାବେ ମଞ୍ଚାସୀନ ରହିଥିଲେ । କାର୍ଯ୍ୟକ୍ରମ ବେଳେ ସିଆରପିଏଫ ଇ୪ର୍ଥ ର ଯବାନମାନେ କାର୍ଯ୍ୟାଳୟର ଚତୁଃପାଶ୍ୱରେ ଘେରି ରହି ସମ୍ପର୍ଣ୍ଣ ସହଯୋଗ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories