ଆଜି ବିଶ୍ୱ ରକ୍ତଦାତା ଦିବସ, ବର୍ଷକୁ ଆବଶ୍ୟକ ସାଢ଼େ ଚାରି ଲକ୍ଷ ୟୁନିଟ୍‌

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜୁନ୍ ୧୪ ତାରିଖକୁ ବିଶ୍ବ ରକ୍ତଦାନ ଦିବସ ଭାବେ ଘୋଷଣା କରିଛି। ୨୦୦୪ ମସିହାରୁ ଏହି ଦିବସ ପାଳିତ ହୋଇଆସୁଥିବାବେଳେ ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସୁରକ୍ଷିତ ରକ୍ତ ଦାନର ଆବଶ୍ୟକତା ବିଷୟରେ ସଚେତନତା ସହ ପ୍ରୋତ୍ସାହନ ସୃଷ୍ଟି କରିବା। ନୋବେଲ୍ ପୁରସ୍କାର ବିଜେତା କାର୍ଲ ଲ୍ୟାଣ୍ଡଷ୍ଟାଇନ୍‌ଙ୍କ ଜନ୍ମଦିନକୁ ବିଶ୍ବସ୍ତରରେ ରକ୍ତଦାତା ଦିବସ ଭାବେ ପାଳନ କରାଯାଏ। ରକ୍ତର ବର୍ଗୀକରଣ କରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତିି। ରକ୍ତଦାନ ଯୋଗୁଁ ଲକ୍ଷଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରୁଛି। ରକ୍ତ ଅଭାବ ସମସ୍ୟାର ସମାଧାନ ପାଇଁ ସୁସ୍ଥ ବ୍ୟକ୍ତିମାନେ ନିୟମିତ ଭାବେ ରକ୍ତଦାନ କରିବା ଜରୁରୀ। ରକ୍ତଦାନ କଲେ ଜଣେ ଦୁର୍ବଳ ହୋଇଯିବ, ସବୁ ରୋଗ ତାକୁ ଅକାଳରେ ମାଡ଼ି ବସିବ ବୋଲି ଭୁଲ ଧାରଣାକୁ ମନରୁ ବାହାର କରନ୍ତୁ। ବରଂ ରକ୍ତଦାନ କଲେ, ହୃଦ୍‌ରୋଗ ଦୂର ହୁଏ ଓ ସର୍କରାଜାତୀୟ ଅଂଶ ସନ୍ତୁଳିତ ହୋଇଥାଏ। ମନୁଷ୍ୟ ଶରୀରରେ ରକ୍ତର କୌଣସି ବିକଳ୍ପ ନ ଥିବାରୁ ରକ୍ତ ଦାନ ମାଧ୍ୟମରେ ଏହା ସଂଗ୍ରହ କରିବା ଜରୁରୀ ହୋଇପଡିଛି।

prayash

ରାଜ୍ୟରେ ରକ୍ତ ସଂଗ୍ରହ ବଢିଛି। ୨୦୨୧ ଅପେକ୍ଷା ୨୦୨୨ରେ ପ୍ରାୟ ଏକ ଲକ୍ଷ ୟୁନିଟ ରକ୍ତ ଅଧିକ ସଂଗ୍ରହ ହୋଇଛି। ୨୦୨୩ରେ ବିଶେଷ କରି ବାହାନଗା ରେଳ ଦୁର୍ଘଟଣା ପରେ ଗତ ୧୦ ଦିନ ମଧ୍ୟରେ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ କରାଯାଇଛି। ଏବେବି ଶିବିର ଜାରି ରହିଛି। ରାଜ୍ୟରେ ବାର୍ଷିକ ୪.୫ ଲକ୍ଷ ୟୁନିଟ ରକ୍ତର ଆବଶ୍ୟକତା ଥିବାବେଳେ ପ୍ରାୟ ୯୦ ପ୍ରତିଶତରୁ ଅଧିକ ରକ୍ତ ସଂଗ୍ରହ କରାଯାଉଛି। ୦.୦୧ ପ୍ରତିଶତ ସଂଗୃହୀତ ରକ୍ତର ଅବଧି ଶେଷ ଯୋଗୁଁ କୌଣସି କାର୍ଯ୍ୟରେ ଆସୁନାହିଁ। ଗତ ୧୦ ବର୍ଷ ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ରକ୍ତଭଣ୍ଡାର ମାଧ୍ୟମରେ ୪,୪୦,୭୩୧୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ରକ୍ତ ନିରାପତ୍ତା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହିତ ସରକାର ରାଜ୍ୟରେ ଥିବା ରକ୍ତଭଣ୍ଡାରର ଭିତ୍ତିଭୂମି ଓ ଅତ୍ୟାଧୁନିକ ଯନ୍ତ୍ରରେ ରକ୍ତ ଯାଞ୍ଚ ଉପରେ ଗୁରୁତ୍ବ ଦେଉଛନ୍ତି। ନିକଟରେ ଦୁଇ ରକ୍ତଭଣ୍ଡାର ଖୋଲିଥିବାବେଳେ ଖୁବଶୀଘ୍ର ଉମରକୋଟରେ ନୂଆ ରକ୍ତ ଭଣ୍ଡାର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ବ ରକ୍ତଦାତା ଦିବସ ଅବସରରେ ସ୍ବେଚ୍ଛାକୃତଭାବେ ରକ୍ତଦାନ କରିବାକୁ ଆହ୍ବାନ ଦିଆଯାଇଛି।

ରାଜ୍ୟରେ ୫୭ ଟି ସରକାରୀ ଏବଂ ବିଭିନ୍ନ ଘରୋଇ ହସ୍ପିଟାଲ‌ ରକ୍ତ ଭଣ୍ଡାର ସମେତ ମୋଟ ୮୮ ରକ୍ତଭଣ୍ଡାର ରହିଛି। ଉଭୟ ସରକାରୀ ଓ ଘରୋଇ ରକ୍ତଭଣ୍ଡାର ଜରିଆରେ ୨୦୧୩ରୁ ୨୦୨୨ ମଧ୍ୟରେ ମୋଟ ୪,୪୦,୭୩୧୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି। କ୍ରମାଗତ ଭାବେ ଉଭୟ ଶିବିର ବଢୁଥିବାବେଳେ ରକ୍ତ ସଂଗ୍ରହ ମଧ୍ୟ ବଢିଛି। ବିଶେଷ କରି ସ୍ବେଚ୍ଛାକୃତ ରକ୍ତଦାନ ଅଧିକ ରହିଛି। କରୋନା ପାଇଁ ୨୦୨୦ରେ ରକ୍ତ ସଂଗ୍ରହ କମ୍‌ ରହିଥିଲା। ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ରକ୍ତଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଓଡ଼ିଶା ଏ କ୍ଷେତ୍ରରେ କିଭଳି ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବ ସେଥିପ୍ରତି କର୍ତ୍ତୃପକ୍ଷ ଯତ୍ନବାନ ରହିଛନ୍ତି। ଯେଉଁଠି ୨ ହଜାର ୟୁନିଟରୁ ଅଧିକ ରକ୍ତର ଆବଶ୍ୟକତା ରହିଛି ସେଠାରେ ରକ୍ତଭଣ୍ଡାର ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ବର୍ତ୍ତମାନ ଉମରକୋଟ‌େ‌ର ଷ୍ଟୋରେଜ୍‌ ୟୁନିଟ ଥିବାବେଳେ ଏଠାରେ ରକ୍ତଭଣ୍ଡାର କରାଯିବ। ବୁଧବାର ବିଶ୍ବ ରକ୍ତଦାତା ଦିବସ ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ସବୁ ରକ୍ତଭଣ୍ଡାରରେ ସଚେତନତା କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି। ରକ୍ତ ନିରାପତ୍ତା ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି ଆବଶ୍ୟକତା ଅନୁସାରେ ରକ୍ତ ସଂଗ୍ରହ ହେଉଛି। ରାଜ୍ୟ ସରକାର ଏଦିଗରେ ଅନେକ ପଦକ୍ଷେପ ଗ୍ରହଣ କରୁଥିବାବେଳେ ୧୧ଟି ରକ୍ତଭଣ୍ଡାରରେ ନାଟ୍‌ ପରୀକ୍ଷଣ କରାଯାଉଛି। ଖୁବଶୀଘ୍ର ଅନ୍ୟ ରକ୍ତଭଣ୍ଡାରରେ ଏଭଳି ସୁବିଧା ଯୋଗାଇବାର ଯୋଜନା ରହିଛି। ଏହାସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରକ୍ତ ଷ୍ଟୋରେଜ ପାଇଁ ନିଷ୍ପତ୍ତି ନିଆଯାଉଛି।

kalyan agarbati

Comments are closed.