www.samajalive.in
Sunday, December 7, 2025
18.1 C
Bhubaneswar

ଆଜି ବିଶ୍ବ ଏଡ୍‌ସ ଦିବସ; ପରବର୍ତ୍ତୀ ପିଢି ସଂକ୍ରମଣକୁ ରୋକିବାରେ ଗଞ୍ଜାମ ସଫଳ

ବ୍ରହ୍ମପୁର : ରାଜ୍ୟର ୩୧.୭ ପ୍ରତିଶତ ଏଡସ ରୋଗୀ ଗଞ୍ଜାମ ଜିଲାରେ ଅଛନ୍ତି। ଯେଉଁଥିପାଇଁ ଏହି ଜିଲା ଅନେକ ସମୟରେ ଅପବାଦ ମୁଣ୍ଡାଇଛି। କିନ୍ତୁ ବିଗତ ବର୍ଷ ଅପେକ୍ଷା ଏବେ ଗଞ୍ଜାମରେ ଏଡ୍‌ସ ନିୟନ୍ତ୍ରଣ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲୋକଙ୍କ ମଧ୍ୟରେ ସଚେତନତା ବହୁଗୁଣ ବଢିବା ସହ ପରବର୍ତ୍ତୀ ପିଢି ସଂକ୍ରମଣକୁ ରୋକିବାରେ ଏହି ଜିଲା ସଫଳ ହୋଇପାରିଛି।
ଗଞ୍ଜାମରେ ଚଳିତବର୍ଷ (ଅକ୍ଟୋବର ସୁଦ୍ଧା) ୭୮ ହଜାର ୧୮୯ ଜଣଙ୍କ କାଉନସେଲିଂ କରାଯାଇ ୭୬ ହଜାର ୭୧୧୧ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ଆଉ ସେଥିରୁ ୩୧୮ ଜଣ ଏଡ୍‌ସ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଜିଲା ଏଡସ ନିୟନ୍ତ୍ରଣ କକ୍ଷରୁ ସୂଚନା ମିଳିଛି।
୨୦୦୦ ମସହାରେ ଏହି ଜିଲାରେ ମାତ୍ର ୬୧ ଟି ପଜିଟିଭ ଚିହ୍ନଟ ହୋଇଥିବା ବେ​ଳେ ପରୀକ୍ଷଣ ହାର ବଢିବା ପରେ ଜିଲାରେ ପଜିଟିଭ ସଂଖ୍ୟା ବଢିଥିଲା। ୨୦୧୦ ବେଳକୁ ଜିଲାରେ ପ୍ରତିବର୍ଷ ୧୩୦୦ରୁ ଉର୍ଦ୍ଧ୍ବ ପଜିଟିଭ ବାହାରୁଥିଲା। ହେଲେ ବ୍ୟାପକ ସଚେତନତା ଯୋଗୁ ୨୦୧୫ରେ ପଜିଟିଭ ସଂଖ୍ୟା ୧୦୦୦ ତଳକୁ ଖସି ଆସିଥିଲା। ଆଉ ସେବେଠାରୁ କ୍ରମାଗତ ଭାବେ ପଜିଟିଭ ସଂଖ୍ୟା କମିବାରେ ଲାଗିଛି। ଗତବର୍ଷ ଅର୍ଥାତ ୨୦୧୯ରେ ୬୯୧ ଟି ନୂତନ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୦୧୮ରେ ୬୭୧ ନୂତନ ପଜିଟିଭ ବାହାରିଥିଲା। ଏଡ୍‌ସ ର ଭୟାବହତା ଓ ପରିଣାମ ବିଷୟରେ ଲୋକମାନେ ସଚେତନ ହୋଇ ପାରିଛନ୍ତି। ବିଶେଷକରି ସୁରତ, ଦିଲ୍ଲୀ, ମୁମ୍ବାଇ ଭଳି ସହରରେ ରହୁଥିବା ଗଞ୍ଜାମର ପ୍ରବାସୀ ଶ୍ରମିକମାନେ ଆଜିକାଲି ନିଜର ରକ୍ତ ନମୁନା ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏପରିକି ବାହାରେ ରହିଲେ ମଧ୍ୟ ଶ୍ରମିକମାନେ ନିରାପତ୍ତ ଯୌନ ସମ୍ପର୍କ ରକ୍ଷା କରୁଛନ୍ତି। ସେଥିପାଇଁ ହିଁ ଜିଲାରେ ଦିନକୁ ଦିନ ଏଡସ ରୋଗୀ ସଂଖ୍ୟା କମୁଛି ବୋଲି ଜିଲା ଏଡସ ନିୟନ୍ତ୍ରଣ କକ୍ଷର ଡିପିଏମ ହେମନ୍ତ କୁମାର ଦାସ କହିଛନ୍ତି। ସବୁଠାରୁ ବଡ କଥା ହେଉଛି ପରବର୍ତ୍ତୀ ପିଢି ସଂକ୍ରମଣକୁ ରୋକିବାରେ ଗଞ୍ଜାମ ବହୁ ମାତ୍ରାରେ ସଫଳ ହୋଇଛି। ପୂର୍ବରୁ ଏଡ୍‌ସ ସଂକ୍ରମିତ ଗର୍ଭବତୀ ମହିଳାଙ୍କ ଠାରୁ ଜନ୍ମିତ ୩୫ ପ୍ରତିଶତ ଶିଶୁଙ୍କ ଠାରେ ଏଡ୍‌ସ ପଜିଟିଭ ଚିହ୍ନଟ ହେଉଥିଲା। କିନ୍ତୁ ଗତ ୫ ବର୍ଷ ଭିତରେ ଏହି ସଂଖ୍ୟା କମି ଆଜି ୫ ପ୍ରତିଶତ ତଳେ ରହିଛି। ଗର୍ଭବତୀଙ୍କ ଠାରେ ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ ଲେବର ରୁମରୁ ହିଁ ଟିଏଲଇ ଔଷଧ ଖାଇବାକୁ ଦିଆଯାଉଛି। ସେହିପରି ପଜିଟିଭ ମହିଳାଙ୍କ ଠାରୁ ଜନ୍ମିତ ଶିଶୁଙ୍କ ୪ଟି ପର୍ଯ୍ୟାୟରେ ରକ୍ତ ନମୁନା ପରୀକ୍ଷା କରାଯାଇ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ କରାଯାଉଛି ବୋଲି ଶ୍ରୀ ଦାସ କହିଛନ୍ତି। ପ୍ରକାଶ ଥାଉକି, ଗଞ୍ଜାମରେ ଆଜି ସୁଦ୍ଧା ୯୨୯ ଜଣ ଗର୍ଭବତୀ ମହିଳା ଏଡ୍‌ସ ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି। ୨୦୦୮ରେ ୧୧୭ ଜଣ ଗର୍ଭବତୀ ଏଡ୍‌ସ ରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ଷକୁ ବର୍ଷ ସଂଖ୍ୟା କମିବାରେ ଲାଗିଛି। ଚଳିତବର୍ଷ ମାତ୍ର ୩୮ ଜଣ ଗର୍ଭବତୀ ପଜିଟିଭ ଚିହ୍ନଟ ହୋଇଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories