ମହିଳା ଟି-୨୦ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ

ମାତ୍ର ୫ ରନରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ, ସ୍କୋର ଅଷ୍ଟ୍ରେଲିଆ ୧୭୨/୪-ଭାରତ ୧୬୭/୮

କେପଟାଉନ: ମହିଳା ଟି-୨୦ ବିଶ୍ବକପ ସେମି ଫାଇନାଲରେ ଅଷ୍ଟ୍ରେଲିଆଠାରୁ ମାତ୍ର ୫ ରନରେ ଭାରତ ହାରି ଯାଇଛି। ଏଥିରେ ଉଭୟ ଦଳର ସ୍କୋର: ଅଷ୍ଟ୍ରେଲିଆ ୧୭୨/୪, ଭାରତ ୧୬୭/୮ ରହିଛି।

prayash

ଦକ୍ଷିଣ ଆଫ୍ରିକାର କେପଟାଉନରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ବକପ୍ ସେମିଫାଇନାଲରେ ଭାରତ ପରାଜିତ ହେବା ସହ ବିଶ୍ବକପ ବିଜୟ ଅଭିଯାନ ଶେଷ କରିଛି। ଭାରତକୁ ମାତ୍ର ୫ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବର୍ତ୍ତମାନର ଚାମ୍ପିଅନ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୨ ରନ କରିଥିଲା । ଓପନର ବେଥ୍ ମୁନି ୩୭ ବଲ୍ ରୁ ୫୪ ରନ୍ କରିଥିବାବେଳେ ଅଧିନାୟିକା ମେଗ୍ ଲାନିଂ ୩୪ ବଲରେ ୪ ଚୌକା ଓ ୨ ଛକା ସାହାଯ୍ୟରେ ଅପରାଜିତ ୪୯ ରନ୍ କରିଥିଲେ। ସେହିପରି ଆଲିସା ହିଲି ୨୫ ରନ ଓ ଆସଲେ ଗାଡନର ୩୧ ରନ କରିଥିଲେ।

୧୭୩ ରନ ବିଜୟ ଲକ୍ଷ୍ୟ ନେଇ ଭାରତ ମ୍ୟାଚ ଖେଳିବା ଆରମ୍ଭ କରିଥିଲା। ଡ଼ିଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୭ ରନ କରିବାରେ ସଫଳ ହୋଇଥିଲା ଓ ୫ ରନରେ ହାରି ଯାଇଥିଲା। ଅଧିନାୟିକା ହରମନପ୍ରିତ କୌର ସର୍ବାଧିକ ୫୨ ରନ କରିଥିବାବେଳେ ଜେମିମା ରୋଡ୍ରଗସ ୪୩ରନ କରିଥିଲେ।

kalyan agarbati

Comments are closed.