www.samajalive.in
Sunday, December 7, 2025
26.1 C
Bhubaneswar

ଦେଶୀମଦ ଓ ମହୁଲ ପୋଚ ଜବତ, ୧ ଗିରଫ 

ବୌଦ୍ଧ : ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୦ ଲିଟର ଦେଶୀମଦ ସହିତ ୬୮୦ କିଲୋ ମହୁଲ ପୋଚ ନଷ୍ଟ କରାଯାଇଛି। ଦେଶୀମଦ କାରବାରରେ ଜଣେ ମହିଳାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ବୌଦ୍ଧ ଥାନା ବୀରନରସିଂହପୁର ପଂଚାୟତର ନୂଆପଡା ଗ୍ରାମର ସସ୍ମିତା ମଲ୍ଲିକ(୩୦) ଏକ ଜାରରେ ୧୦ ଲିଟର ଦେଶୀମଦ ନେଇ ଯାଉଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ମଦ ଜବତ କରାଯିବା ସହିତ ମହିଳାଙ୍କୁ ଗିରଫ କରାଯାଇଥିଲା। ସେହିପରି ନୂଆପଡା ନାଳଖଣ୍ଡିରେ ଦେଶୀମଦ ରନ୍ଧା ଯାଉଥିବା ସୂଚନା ପାଇ ଅବକାରୀ ବିଭାଗ ପକ୍ଷରୁ ସେଠାରେ ଚଢାଉ କରାଯାଇଥିଲା। ମଦ ପ୍ରସ୍ତୁତକାରୀମାନେ ଚଢାଉ ସଂପର୍କରେ ସୂଚନା ପାଇ ସେଠାରୁ ଫେରାର ହୋଇଯାଇଥିବାବେଳେ ୬୮୦ କିଲୋ ମହୁଲ ପୋଚ ନଷ୍ଟ କରାଯିବା ସହିତ ମଦରନ୍ଧା ସାମଗ୍ରୀ ସବୁ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଥିବା ଏସଆଇ ରମେଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ଏହି ଚଢାଉରେ ଏଏସଆଇ ରୂପେଶ ମୁଖୀ, କନେଷ୍ଟବଳ ଅଂଜଳୀ ଅମାତ, ପଂଚମୀ ବେହେରା, କୈଳାଶ ସାହୁ,ସଂଜୟ ସେଠୀ ପ୍ରମୁଖ ସାମିଲ ଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories