www.samajalive.in
Tuesday, December 9, 2025
17.1 C
Bhubaneswar

ହ୍ବାଟସଆପର ନୂଆ ନିୟମ ପାଇଁ ସିଗନାଲ୍ ଆପର ଡାଉନଲୋଡ ବୃଦ୍ଧି ; ଏଲୋନ୍ ମସ୍କ ବ୍ୟବହାର କଲେ ସିଗନାଲ୍ ଆପ

ଫେସବୁକ୍ ମାଲିକାନା ମଲ୍ଟିମିଡ଼ିଆ ମେସେଜିଂ ଆପ୍ ହ୍ବାଟସଆପ୍ ଫେବୃଆରୀ ୮ରୁ ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛି। ଯାହା ଅନୁଯାୟୀ ହ୍ବାଟସ ଆପ ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ପାର୍ଟନର କମ୍ପାନୀ ସହ ସେୟାର କରାଯିବ। ବିଶେଷଜ୍ଞମାନେ ନୂତନ ହ୍ବାଟସଆପ୍ ନିୟମ ଦ୍ବାରା ବ୍ୟବହାରକାରୀଙ୍କ ଗୋପନୀୟତାର ଉଲ୍ଲଂଘନ ହେବ ବୋଲି କହିଛନ୍ତି। ହ୍ବାଟସଆପ୍ ପକ୍ଷରୁ କୁହାଯାଇଛି ଯେ, ବ୍ୟବସାୟ ଆକାଉଣ୍ଟର ସୁବିଧା ପାଇଁ ନୂତନ ନୀତି ଅଣାଯାଇଛି। ବ୍ୟକ୍ତିଗତ ଚାଟ୍ ଏହା ଦ୍ୱାରା ପ୍ରଭାବିତ ହେବ ନାହିଁ ।

ହ୍ବାଟସ ଆପ ନୂତନ ନୀତି ଘୋଷଣା ପରେ ଟେସଲାର ସିଇଓ ତଥା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ସିଗନାଲ୍ ଆପକୁ ସୁରକ୍ଷିତ ବୋଲି ଘୋଷଣା କରିଛନ୍ତି। ଲୋକଙ୍କୁ ସିଗନାଲ୍ ଆପ୍ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ନୀତି ନୂତନ ନିୟମ ପାଇଁ ଉପଭୋକ୍ତାମାନେ ସିଗନାଲ୍ ଆପକୁ ଗ୍ରହଣ କରୁଛନ୍ତି, ଯଦିଓ ଅନେକ ଉପଭୋକ୍ତା ଟେଲିଗ୍ରାମ ମଧ୍ୟ ବ୍ୟବହାର କରୁଛନ୍ତି, କିନ୍ତୁ ସିଗନାଲ୍ ଆପ୍ ଡାଉନଲୋଡ୍ କରିବା ଗତ ଏକ ସପ୍ତାହ ମଧ୍ୟରେ ବହୁତ ବୃଦ୍ଧି ପାଇଛି।

- Advertisement -

ସିଗନାଲ୍ ଆପ୍ ଡାଉନଲୋଡ୍ ଭାରତରେ ଗୋଟିଏ ସପ୍ତାହରେ ୩୮% ବୃଦ୍ଧି ପାଇଛି। ଏହା ଆପ୍ ଷ୍ଟୋର୍‌ରେ ଶୀର୍ଷ ତାଲିକାରେ ସାମିଲ ହୋଇଛି। ବୁଧବାର ଦିନ, ଭାରତର ପ୍ରାୟ ୨୨୦୦ ଲୋକ ସିଗନାଲ୍ ଡାଉନଲୋଡ୍ କରିଥିବାବେଳେ ଡିସେମ୍ବର ଶେଷ ସପ୍ତାହରେ ସିଗନାଲ୍ ଆପକୁ ୧୬୦୦ ଜଣ ଉପଭୋକ୍ତା ଡାଉନଲୋଡ କରିଛନ୍ତି।

ଡିସେମ୍ବରରେ ସିଗନାଲର ମୋଟ ଡାଉନଲୋଡ୍ ୫୧ ହଜାର ଥିଲା, ଯାହା ନଭେମ୍ବର ଠାରୁ ୧୧ ପ୍ରତିଶତ ଅଧିକ। ନଭେମ୍ବରରେ ସିଗନାଲର ମୋଟ ଡାଉନଲୋଡ୍ ୪୬ ହଜାର ଥିଲା। ଯଦି ଭାରତୀୟ ବଜାରରେ ସିଗନାଲ୍ ଡାଉନଲୋଡ୍ ପ୍ରକ୍ରିୟା ଜାରି ରହେ, ତେବେ ହ୍ବାଟସଆପ ପାଇଁ ଏକ ବଡ ସମସ୍ୟା ହେବ। କାରଣ ୪୦୦ମିଲିୟନରୁ ଅଧିକ ଉପଭୋକ୍ତା ଥିବା ହ୍ବାଟସଆପ ପାଇଁ ଭାରତ ହେଉଛି ସବୁଠାରୁ ବଡ ବଜାର।

ଯେତେବେଳେ ବି କେହି ଆପଣଙ୍କୁ ହ୍ବାଟସଆପ ବଦଳରେ ସିଗନାଲ୍ ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି, ସେତେବେଳେ ଆପଣଙ୍କ ମନରେ ଏକ ପ୍ରଶ୍ନ ଆସିବ ଯଦି ଭବିଷ୍ୟତରେ ସିଗନାଲ୍ ମଧ୍ୟ ଆମର ତଥ୍ୟ ବ୍ୟବହାର କରିବା ଆରମ୍ଭ କରିବ ତେବେ କ’ଣ ହେବ? ଗୁଗୁଲ୍ ପ୍ଲେ-ଷ୍ଟୋରରେ ଦିଆଯାଇଥିବା ସୂଚନା ଅନୁଯାୟୀ, ସିଗନାଲ୍ ହେଉଛି ଏକ ଅଣ-ଲାଭକାରୀ ସଂସ୍ଥା ଯାହା ୨୦୧୪ରେ ଆରମ୍ଭ ହୋଇଥିଲା। ସିଗନାଲ୍ ଆପ୍ ବିଜ୍ଞାପନରୁ ନୁହେଁ ଏହା ଡୋନେସନରେ ଚାଲିଛି। ଅନେକ ବଡ ସାଇବର ବିଶେଷଜ୍ଞ ସିଗନାଲ୍ ଆପକୁ ସୁରକ୍ଷିତ ବୋଲି କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories