www.samajalive.in
Monday, December 15, 2025
24.1 C
Bhubaneswar

୪ର୍ଥ ଟ୍ବେଣ୍ଟି୨୦ରେ ଇଂଲଣ୍ଡ ବିଜୟୀ

ବ୍ରିଜ୍‌ଟାଉନ୍‌ (ୱେଷ୍ଟଇଣ୍ଡିଜ୍‌): ମୋଇନ୍‌ ଅଲୀଙ୍କ ଅଲ୍‌ରାଉଣ୍ଡ ସଫଳତା ବଳରେ ଶନିବାର ରାତିରେ ଖେଳା ଯାଇଥିବା ୪ର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଘରୋଇ ୱେଷ୍ଟଇଣ୍ଡିଜ୍‌କୁ ୩୪ ରନ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ମୋଇନ୍ ଓ ଜେସନ୍ ରୟଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଇଂଲଣ୍ଡ ୨୦ ଓଭରରେ ୬ ୱିକେଟ ହରାଇ ୧୯୩ ରନ୍‌ କରିଥିଲା। ପରେ କିଛି ଉପଯୋଗୀ ଯୋଗଦାନ ସତ୍ତ୍ବେ ୱେଷ୍ଟଇଣ୍ଡିଜ୍‌ ୫ ୱିକେଟରେ ୧୫୯ ରନ୍‌ କରି ପାରିଥିଲା। ଇଂଲଣ୍ଡର ଏହି ବିଜୟ ପରେ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ଏବେ ୨-୨ ସ୍ଥିତିରେ ରହିଛି। ରବିବାର ରାତିରେ ୫ମ ତଥା ନିର୍ଣ୍ଣାୟକ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ।

ଟସ୍ ଜିତି ୱେଷ୍ଟଇଣ୍ଡିଜ୍‌ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଟମ୍ ବାଣ୍ଟନ୍‌ ୪ ରନ୍‌କରି ଆଉଟ ହେବା ପରେ ଜେସନ୍‌ ରୟ ଓ ଜେମ୍‌ସ ଭିନ୍‌ସ ଦ୍ରୁତ ୮୫ ରନ୍‌ ଯୋଡ଼ିଥିଲେ। ଓପ୍‌ନର ରୟ ୪୨ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୫୨ ରନ୍‌ କରିଥିଲେ। ଭିନ୍‌ସ ୨୬ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୪ ରନ୍‌ କରିଥିଲେ। ପରେ ବାମହାତି ମୋଇନ୍ ଅଲୀ ଆକ୍ରମଣ କରି ମାତ୍ର ୨୮ ବଲ୍‌ରୁ ୭ଟି ଛକା ଓ ଗୋଟିଏ ଚୌକା ସହ ୬୩ ରନ୍‌ କରିଥିଲେ। ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ ୧୬ ଓ ସାମ୍ ବିଲିଙ୍ଗ୍‌ସ ୧୩ ରନ୍‌ କରିଥିଲେ। ଜେସନ୍‌ ହୋଲ୍‌ଡର ୩ଟି ୱିକେଟ ନେଇଥିଲେ। ୧୯୪ ରନ୍‌ର ପିଛାକରି ୱେଷ୍ଟଇଣ୍ଡିଜ୍‌ ବିନା ୱିକେଟରେ ୬୪ ରନ୍‌ କରିଥିଲା। ହେଲେ ଏହାପରେ ନିୟମିତ ୱିକେଟ ହରାଇବାରୁ ୱେଷ୍ଟଇଣ୍ଡିଜ୍ ପରାସ୍ତ ହୋଇଥିଲା। ଓପ୍‌ନର କାଏଲ୍‌ ମେୟର୍ସ ୨୩ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୪୦ ରନ୍‌ କରିଥିଲେ। ଅନ୍ୟ ଓପ୍‌ନର ବ୍ରାଣ୍ଡନ୍‌ କିଙ୍ଗ୍‌ ୨୭ ବଲ୍‌ରୁ ୨୬ ରନ୍‌ କରିଥିଲେ। ନିକୋଲାସ୍ ପୁରନ୍ ୨ଟି ଛକା ସହ ୨୨ ରନ୍‌ କରିଥିଲେ। ଜେସନ୍ ହୋଲ୍‌ଡର ୨୪ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୬ ରନ୍‌ କରିଥିଲେ। ଅଧିନାୟକ କେରନ୍ ପୋଲାର୍ଡ ୧୮ ରନ୍‌କରି ଅପରାଜିତ ଥିଲେ। ମୋଇନ୍ ଅଲୀ ୨ଟି ୱିକେଟ ନେଇଥିଲେ। ମୋଇନ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories