ବୋମାକୁ ବଲ୍‌ ଭାବି ଖେଳୁଥିବା ବେଳେ ଚାଲିଗଲା ୭ ବର୍ଷ ବାଳକର ଜୀବନ, ଅନ୍ୟ ଜଣେ ଗୁରୁତର

କୋଲକତା – ପଶ୍ଚିମବଙ୍ଗର ବାରାକପୁରରେ ଗୋଟିଏ ଛୋଟ ପିଲା ଏକ ବମ୍‌କୁ ବଲ୍‌ ଭାବି ଖେଳୁଥିବା ବେଳେ ଏହା ଫୁଟିଯିବାରୁ ବାଳକଟିର ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟଜଣେ ୧୦ ବର୍ଷୀୟ ବାଳକ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୋଟିଏ ବୁଦା ଭିତରେ ଏହି ବମ୍‌ଟିକୁ କେହି ଲୁଚାଇ ରଖିଥିଲା ।

ପିଲା ଦୁଇଟି ଏହାକୁ ପାଇବା ପରେ ବଲ୍‌ ବୋଲି ଭାବି ଖେଳିଥିଲେ । ମାତ୍ର ଏହା ଫୁଟିଯାଇଥିଲା । ଘଟଣାସ୍ଥଳରେ ୭ ବର୍ଷିୟ ବାଳକର ମୃତ୍ୟୁ ହୋଇଥିବା ବେଳେ ୧୦ ବର୍ଷିୟ ବାଳକ ଗୁରୁତର ହୋଇଛି । ପୁଲିସ ଘଟଣାସ୍ଥଳରୁ ଅନ୍ୟ ଏକ ବୋମା ଜବତ କରିଛି । ବାରାକପୁର ସହ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ବୋମା ମାଡ ଏକ ନିତି ଦିନିଆ ଘଟଣା ।

ଏହି ଘଟଣାପରେ ରାଜ୍ୟର ବିରୋଧିଦଳ ବିଜେପି ଶାସକ ଟିଏମ୍‌ସି ଯୋଗୁଁ ଆଇନ ଶୃଙ୍ଖଳରା ପରିସ୍ଥିତି ବିଗିଡିଯାଇଥିବା ଅଭିଯୋଦଗ କରିଛି । ୨୦୨୩ରେ ପଞ୍ଚାୟତ ନିର୍ବାଚନ ଥିବାରୁ ରାଜ୍ୟରେ ବୋମା ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ନିର୍ମାଣ ବୃଦ୍ଧି ପାଇଛି ।

Comments are closed.