BJD Bijuli 480×75 Mob

ସାପ୍ତାହିକ ରାଶିଫଳ (ନଭେମ୍ବର ୫-୧୧)

BJD Bijuli 480×75 Mob

ମେଷ: ରବିବାର ମାନସିକ ଅବସାଦ ଦେଖାଦେବ। ସୋମବାର ଓ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଦୂରଯାତ୍ରା ସ୍ଥଗିତ ରଖିବା ଭଲ। ବୁଧବାର ଓ ଗୁରୁବାର ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଆୟ ବୃଦ୍ଧିହେବ। ଶୁକ୍ରବାର ଓ ଶନିବାର ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀହନୁମାନ ଚାଳିଶା ପାଠ କରନ୍ତୁ।
ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସଫଳତା ଲାଭ କରିବେ। ନୂତନ କାର୍ଯ୍ୟରେ ଯୋଗଦାନ କରିବେ। ଭୂମି ପ୍ରାପ୍ତ ହୋଇପାରେ। ବୁଧବାର ଓ ଗୁରୁବାର ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଶୁକ୍ରବାର ଓ ଶନିବାର ମଧ୍ୟମ ଫଳ ପ୍ରାପ୍ତି ହେବ। ଆୟ ଓ ବ୍ୟୟ ସମାନ ରହିବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ସମସ୍ୟା ସମାଧାନ ପାଇଁ ଚେଷ୍ଟିତ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସଫଳତା ଲାଭ ହେବ। ଦୂରଯାତ୍ରା କରିପାରନ୍ତି। ଆୟ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ଦ୍ରବ୍ୟଚୋରି ହୋଇପାରେ। ପାରିବାରିକ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କ ମନ୍ତ୍ର ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର ସାବଧାନତା ଅବଲମ୍ବନ କରନ୍ତୁ। ମଙ୍ଗଳବାର ଓ ବୁଧବାର ଆର୍ଥିକସ୍ଥିତି ସୁଦୃଢ଼ ହେବ। ନୂତନ ନିଯୁକ୍ତି ମିଳିପାରେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସାମାଜିକ ପ୍ରତିଷ୍ଠା ବୃଦ୍ଧିହେବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଯଶ, ମାନ, ଗୌରବର ଅଧିକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ହୀଂ ଓଁ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାର ସଫଳତା ପ୍ରାପ୍ତ କରିବେ। ସୋମବାର ଓ ମଙ୍ଗଳବାର ଆର୍ଥିକ ଅନଟନ ଦେଖାଦେବ। ବୁଧବାର ଓ ଗୁରୁବାର ମଧ୍ୟମଫଳ ପ୍ରାପ୍ତ କରିବେ। ଶୁକ୍ରବାର ଓ ଶନିବାର ପ୍ରତିଯୋଗିତାରେ ବିଜୟୀ ହେବେ। ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ପ୍ରାପ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।
କନ୍ୟା: ରବିବାର ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେବ। ସୋମବାର ଓ ମଙ୍ଗଳବାର ବନ୍ଧୁ ସହଯୋଗ ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ଋଣଗ୍ରସ୍ତ ହୋଇପାରନ୍ତି। ଆର୍ଥିକ ଅନଟନ ଦେଖାଦେବ। ଶୁକ୍ରବାର ଓ ଶନିବାର ବନ୍ଧୁଙ୍କ ଗହଣରେ ସମୟ ଅତିବାହିତ କରିବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଲଂ ଲଳିତାଭ୍ୟାଂ ନମଃ ମନ୍ତ୍ର ପାଠ କରନ୍ତୁ।
ତୁଳା: ରବିବାର ଶ୍ରୀ ଯୁକ୍ତ ହେବେ। ନୂତନ କାର୍ଯ୍ୟରେ ଯୋଗଦେବେ। ସୋମବାର ଓ ମଙ୍ଗଳବାର ଅସୁବିଧାର ସମ୍ମୁଖୀନ ହେବେ। ବୁଧବାର ଓ ଗୁରୁବାର ସନ୍ତାନମାନଙ୍କ କ୍ୟାରିୟରକୁ ନେଇ ଯତ୍ନବାନ ହେବେ। ଶୁକ୍ରବାର ଓ ଶନିବାର ଆଘାତପ୍ରାପ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶିବ ସ୍ତୋତ୍ର ପାଠ କରନ୍ତୁ।
ବିଛା: ରବିବାର ପରିଶ୍ରମଜନିତ କ୍ଳାନ୍ତି ଅନୁଭୂତ ହେବ। ସନ୍ତାନମାନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ପଡ଼ିପାରନ୍ତି। ସୋମବାର ଓ ମଙ୍ଗଳବାର ସଫଳତା ଲାଭ କରିବେ। ସୁସମ୍ବାଦ ମିଳିପାରେ। ବୁଧବାର ଓ ଗୁରୁବାର ଆର୍ଥିକ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ବନ୍ଧୁଙ୍କ ଆଗମନ ହେବ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହଂ ପବନନନ୍ଦନାୟ ସ୍ବାହା ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାର ବନ୍ଧୁ ଦର୍ଶନରେ ଆନନ୍ଦ ପ୍ରାପ୍ତ ହେବ। ସୋମବାର ଓ ମଙ୍ଗଳବାର ଆର୍ଥିକ ଅନିୟମିତତା ଦେଖାଦେବ। ବୁଧବାର ଓ ଗୁରୁବାର କାର୍ଯ୍ୟରେ ସଫଳତା ଲାଭ କରିବେ। ଶୁକ୍ରବାର ଓ ଶନିବାର ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଦୁର୍ଗା ସହସ୍ରନାମ ପାଠ କରନ୍ତୁ।
ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସଫଳତା ଲାଭ କରିବେ। ବୁଧବାର ଓ ଗୁରୁବାର ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ। ଶୁକ୍ରବାର ଓ ଶନିବାର କାର୍ଯ୍ୟରେ ପ୍ରତିଷ୍ଠାଯୁକ୍ତ ହେବେ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ କାଳୀ ସହସ୍ର ନାମ ପାଠ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର ସମୟ ଆନନ୍ଦରେ କଟାଇବେ। ଦୂରଦେଶକୁ ଯାତ୍ରା କରିପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଆର୍ଥିକସମସ୍ୟା ଦୂର ହେବ। ଅର୍ଥପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର ଅଶାନ୍ତଚିତ୍ତ ହେବେ। ମାନସିକ ଅବସାଦ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀରାମ ସହସ୍ରନାମ ପାଠ କରନ୍ତୁ।
ମୀନ: ରବିବାର ଅସୁବିଧାରେ ପଡ଼ିପାରନ୍ତି। ସୋମବାର ଓ ମଙ୍ଗଳବାର ବନ୍ଧୁଙ୍କ ଗହଣରେ ସମୟ ଅତିବାହିତ ହେବ। ବୁଧବାର ଓ ଗୁରୁବାର ନୂତନ ଦ୍ରବ୍ୟ କ୍ରୟ କରିବେ। ଶୁକ୍ରବାର ଓ ଶନିବାର ଧାର୍ମିକ କାର୍ଯ୍ୟରେ ଯୋଗଦେ​‌େ​‌ବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ ମନ୍ତ୍ର ପାଠ କରନ୍ତୁ।

Comments are closed.