୩ ଦିନ ଯାଏଁ ଘନ କୁହୁଡ଼ି, ଗୁରୁଚାପ ପ୍ରଭାବରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ରହିଛି। ଉପକୂଳବର୍ତ୍ତି ଓ ପାର୍ଶ୍ବବର୍ତ୍ତି ଜିଲାରେ ଘନ କୁହୁଡ଼ି ସମ୍ଭାବନା ରହିଥିବାବେଳେ କୁହୁଡ଼ି ପାଇଁ ୨୦ ଜିଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ଗୁରୁଚାପ ପ୍ରଭାବରେ ଆସନ୍ତା ୬ ଦିନ ମଧ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି।

prayash

ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡିଶା ସମେତ ଉତ୍ତର ଓଡ଼ିଶାର ଜିଲାଗୁଡ଼ିକରେ କୋହଲା ପାଗ ଲାଗି ରହିଛି। ଘନ କୁହୁଡ଼ି ସହ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ପ୍ରଭାବ ଲାଗି ରହିବାକୁ ଥିବାରୁ ୨୨ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଏଡ଼ାଇବା ଦିଗରେ ପଦକ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍‌ଆରସିଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଜିଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦେଶ ଦିଆଯାଇଛି।

Comments are closed.