www.samajalive.in
Sunday, December 7, 2025
26.1 C
Bhubaneswar

ଖରାଦିନରେ ସ୍ବାସ୍ଥ୍ୟ ପାଇଁ ଉପକାରୀ ଏହି ଫଳ

ତରଭୂଜ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଏହା ବିଶେଷ କରି ଖରା ଦିନେ ପ୍ରଚୁର ପରିମାଣରେ ମିଳିଥାଏ। ତରଭୂଜରେ ୯୦% ଜଳୀୟ ଅଂଶ ରହିଛି। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି। ତରଭୂଜ ଖାଇବା ଦ୍ବାରା ଶରୀରରୁ ଜଳୀୟ ଅଂଶର ଅଭାବ କମ ହୋଇଥାଏ। ଏହାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

ଆସନ୍ତୁ ଜାଣିବା ତରଭୂଜ ଖାଇବା ଦ୍ବାରା ଶରୀରକୁ କ’ଣ ଲାଭ ମିଳିଥାଏ ..

- Advertisement -

ତରଭୂଜରେ ଏମିନୋ ଏସିଡ ରହିଛି। ଏହାକୁ ଖାଇବା ଦ୍ବାରା ଶରୀରରେ ରକ୍ତ ପ୍ରବାହ ଠିକ ହେବା ସହ ଆଣ୍ଠୁଗଣ୍ଠି ଦରଜ ଭଲ ହୋଇଥାଏ। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

ତରଭୂଜରେ ଭିଟାମିନ-ବି୬, ମ୍ୟାଗ୍ନେସିୟମ, ଫସଫରସ,​‌ ପୋଟାସିୟମ, ଜିଙ୍କ ଓ କପର ପରି ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଛି। ଏହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ।

ତରଭୂଜରେ ଲାଇକୋପିନ ଥିବାରୁ ଏହା ଚର୍ମର ଉଜ୍ବଳତାକୁ ବଜାୟ ରଖିଥାଏ।

ତରଭୂଜରେ ଭିଟାମିନ-ଏ,ସି ଓ ବି୬ ରହିଛି। ଏହା ଆଖି, ଚର୍ମ ଓ ମସ୍ତିଷ୍କ ପାଇଁ ଲାଭଦାୟକ ଅଟେ। ଭିଟମିନ-ଏ କେଶ ସମସ୍ୟାକୁ ଦୂର କରିଥାଏ।

ତରଭୂଜରେ ଗ୍ଲାଇସୋମିକ ଇଣ୍ଡେକ୍ସ ମିଡିୟମ ଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ।

ତରଭୂଜରେ ବିଟା କ୍ୟାରୋଟିନ ଥିବାରୁ ତାହା ହୃଦରୋଗ ଆଶଙ୍କା ଦୂର କରିଥାଏ। ଏହାସହ ଲୌହ ରକ୍ତହୀନତା ଦୂର କରିଥାଏ।

ଏହାର ମଞ୍ଜିରେ ସେଲେନିୟମ ନାମକ ପୋଷକ ତତ୍ତ୍ବ ରହିଛି। ତାହାକୁ ଗୁଣ୍ଡ କରି ମୁହଁରେ ଲଗାଇବା ଦ୍ବାରା ଉଜ୍ବଳ ଦେଖାଯାଏ।

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories