www.samajalive.in
Saturday, December 6, 2025
26.1 C
Bhubaneswar

ମା’ ଅନ୍ଧାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ପାଟଣା :  ଆଜି ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ତିନି ଦିନ ଧରି ଚାଲିଥିବା ମା ଅନ୍ଧାରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ତୁରୁମୁଙ୍ଗା ଓ କୋଳିପଶି କ୍ରିକେଟ ଟିମ ମଧ୍ୟରେ ରୋମାଞ୍ଚକର ପ୍ରତିଯୋଗିତା ହୋଇଥିଲା । ଶେଷରେ ତୁରୁମୁଙ୍ଗା ଦଳ ୧୪୩ ରନ କରି ଚମ୍ପିୟାନ ହୋଇଥିବାବେଳେ କୋଳିପଶି ଦଳ ୧୪୧ ରନ କରି  ରନର୍ସଅପ ହୋଇଥିଲେ । ଚମ୍ପିୟାନ ତୁରୁମୁଙ୍ଗା ଦଳକୁ ଟ୍ରଫି ସହିତ ନଗଦ ୧୦ ହଜାର ଟଙ୍କା ପ୍ରଦାନ କରାଯାଥିଲା । ଉଦୟପୁର ପଂଚାୟତର ପୂର୍ବତନ ସରପଞ୍ଚ ସତ୍ୟ ନାରାୟଣ ନାଏକ ଚମ୍ପିୟାନ ତୁରୁମୁଙ୍ଗା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ରନର୍ସ ଅଫ କୋଳି ପଶି ଦଳକୁ ଟ୍ରଫି ସହିତ ନଗଦ ୮ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ତୁରୁମୁଙ୍ଗା ଦଳର ରିଙ୍କୁ ମ୍ୟାନ ଅଫ ଦି ମ୍ୟାଚ  ହୋଇ  ପୁରସ୍କୃତ ହୋଇଥିବା ବେଳେ କୋଳିପଶି ( ମୟୁରଭଞ୍ଜ ) ଦଳର ସିପୁ ମ୍ୟାନ ଅଫ ଦି ସିରିଜ ହୋଇ ପୁରସ୍କୃତ ହୋଇଥିଲେ ।ଆଦିତ୍ୟ କୁମାର ବଘେଲ, ତାପସ କୁମାର ସାହୁ, ଚିନ୍ତା ମଣି ପାତ୍ର, ଦେବଜ୍ୟୋତି ସିଂ, ସମ୍ବିତ ପରିଡ଼ା ପ୍ରସନ୍ନ ପରିଡା, ଶମ୍ବୁନାଥ ପାତ୍ର, କିରଣ ପ୍ରସାଦ ସାମଲ ଓ ମା ଅନ୍ଧାରୀ କ୍ଲବର ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହଯୋଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସୌମ୍ୟଜିତ ମହାପାତ୍ର ଓ ତ୍ରିପୁରାରି ପାତ୍ର ଅମ୍ପାୟାର ଭାବେ ୩ ଦିନ ଧରି ଖେଳକୁ ପରିଚାଳନା କରିଥିଲେ ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories