www.samajalive.in
Sunday, December 7, 2025
26.1 C
Bhubaneswar

ଡିଏସ୍‌ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟଣାରେ ପିପିଳିଆ ଅଞ୍ଚଳରେ ଶୋକ

ପାଟଣା : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଏକ କାରକୁ ଏକ ଟ୍ରକ ସମ୍ମୁଖରୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୁଲିସ୍ ଅଧିକାରୀ ବଳରାମ ନାୟକ (୪୯)। ସେ ଯାଜପୁର ଜିଲ୍ଲାରେ ଡିଏସପି ଭାବେ କାର୍ଯ୍ୟରତ ଥିଲେ। ଅନ୍ୟ ମୃତକଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ନାୟକ ଓ ସେ କୃଷକ ସାଥୀ ଥିଲେ। ତା’ଛଡ଼ା ସେ ବଳାରାମଙ୍କର ନିଜ ଭିଣୋଇ ବୋଲି ଜଣାପଡିଛି।ମୃତ ଡିଏସପି ବଳରାମ ନାୟକଙ୍କ ଘର କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳ ପିପିଳିଆ ନିକଟସ୍ଥ ଗୋପପୁର ଗ୍ରାମରେ । ସେ ଘଟଗାଁରୁ କାରରେ ଭିଣୋଇ ଙ୍କୁ ସାଙ୍ଗରେ ଧରି ଯାଜପୁର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ରଙ୍ଗ୍ ରୁଟ ରେ ଆସୁଥିବା ଏକ ଦୃତଗାମୀ ଟ୍ରକ୍ ସେମାନଙ୍କ କାର କୁ ସମ୍ମୁଖରୁ ଧକ୍କା ଦେଇଥିଲା। କାରର ସମ୍ମୁଖଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଉଭୟ ବଳରାମ ଓ ତାଙ୍କ ଭିଣୋଇ ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ରଖି ଚାଳକ ଫେରାର ହୋଇଯାଇଥିଲେ। ପୁଲିସ୍ ଟ୍ରକ ଟିକୁ ଜବତ କରିଥିବା ବେଳେ ଚାଳକଙ୍କୁ ଖୋଜୁଛି। ଏହି ଦୁର୍ଘଟଣା ଯୋଗୁ ବେଶ୍ କିଛି ସମୟ ଧରି ଚାନ୍ଦପୁର ଛକରେ ରାସ୍ତା ଜାମ୍ ହୋଇଥିଲା। ପରେ ରାସ୍ତାରେ ଯା’ଆସ ସ୍ୱାଭାବିକ ହୋଇଥିଲା। ଖବର ପାଇବା ପରେ ବଳରାମ ଙ୍କ ପୈତୃକ ଗ୍ରାମ ଗୋପପୁର ଗ୍ରାମରୁ ସେମାନଙ୍କ ପରିବାର ବର୍ଗ ଘଟଣା ସ୍ଥଳକୁ ଯାଇଛନ୍ତି। ବଳରାମ ଓ ତାଙ୍କ ଭିଣୋଇଙ୍କ ମୃତ୍ୟୁରେ ପିପିଳିଆ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories